ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତି ବୈଠକସ୍ଵାଥ୍ୟକେନ୍ଦ୍ରରେ ନୂତନ ବିଲଡିଙ୍ଗ ନିର୍ମାଣ ବିଳମ୍ବ ନେଇ ଅସନ୍ତୋଷ , ଦୀର୍ଘ ୧୬ ବର୍ଷ ଧରି ମାତୃ ଓ ଶିଶୁ ବିଭାଗ ଡାକ୍ତର ନିଯୁକ୍ତି ପାଇଁ ଦାବି

ଗଣିଆ =(ବିଶ୍ୱରଂଜନ ସେଠି ) ଶନିବାର ଦିନ ଅପରାହ୍ନରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ (CHS) ଆୟୋଜିତ ରୋଗୀ କଲ୍ୟାଣ ସମିତି (RKS) ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଵାଥ୍ୟ ଅଧିକାରୀ ମଧୁସୂଦନ ଦାସଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବାବେଳେ ସାମ୍ନାନୀତ ଅତିଥିଭାବେ ବିଡ଼ିଓ ଲାବଲେନ୍ଦୁ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ନରେଶ କୁମାର ବେହେରା, ବିପିଏମ ଜ୍ଞାନଦର୍ଶନ ମିଶ୍ର ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ,ସରପଞ୍ଚ ଗିରିଧାରୀ ସେଠି, ସମତି ସଭ୍ୟ ଫକୀର ମୋହନ ଡାକୁଆ, ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ବେହେରା , ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରାଧେଶ୍ୟମ କାଲୋ, ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନିର୍ଝରିଣୀ ସାମଲ, ବିଏଚଓ କମଳା ମହାରଣା ଉପସ୍ଥିତ ଥିଲେ । ଗଣିଆ ଗୋଷ୍ଠୀ ସ୍ଵାଥ୍ୟ କେନ୍ଦ୍ରରେ ଦୀର୍ଘ ୧୬ ବର୍ଷ ଧରି ମାତୃ ଓ ଶିଶୁ ବିଭାଗର ଡାକ୍ତର ନଥିବାରୁ ସଭାରେ କ୍ଷୋଭ ପ୍ରକାଶ ହୋଇଥିଲା .।

ଖୁବ ଶୀଘ୍ର ଦୁଇ ବିଭାଗର ଡାକ୍ତର ନିଯୁକ୍ତି ପାଇଁ ବିଧାୟକଙ୍କ ଦୁଷ୍ଟି ଆକର୍ଷଣ କରାଯାଇଥିଲା । ଦୀର୍ଘ ଦିନ ଧରି ଗଣିଆ ସ୍ଵାଥ୍ୟକେନ୍ଦ୍ର ପରିସରରେ ନୂତନ ସ୍ଵାଥ୍ୟକେନ୍ଦ୍ରନିର୍ମାଣ ମନ୍ଥର ଗତିରେ ଚାଲିଥିବା ଯୋଗୁ ଠିକାଦାରକୁ ଦାୟୀ କରାଯାଇଥିଲା .। ପୂର୍ତ୍ତ ବିଭାଗର ଏସଡ଼ିଓଙ୍କୁ ନୂତନ ବିଲଡିଙ୍ଗ ନିର୍ମାଣ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବିଧାୟକ ନିର୍ଦ୍ଧେଶ ଦେଇଥିଲେ । ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ କିପରି ଉତ୍ତମ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ, ସେ ନେଇ ବିଶେଷ ଆଲୋଚନା କରାଯାଇଥିଲା। ମେଡିକାଲ ପରିସରର ସ୍ୱଚ୍ଛତା, ପାନୀୟ ଜଳର ସୁବିଧା, ବିଦ୍ୟୁତ୍ ଯୋଗାଣ, ଏବଂ ରୋଗୀଙ୍କ ବସିବା ପାଇଁ ଉଦ୍ଦିଷ୍ଟ ସ୍ଥାନର ଉନ୍ନତୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ରୋଗୀମାନଙ୍କୁ ସରକାରୀ ନିୟମାନୁସାରେ ମାଗଣା ଔଷଧ (ନିରାମୟ) ଓ ନିଦାନ ପରୀକ୍ଷା ସୁବିଧା ସଠିକ୍ ଭାବେ ମିଳୁଛି କି ନାହିଁ, ତାହାର ସମୀକ୍ଷା କରାଯାଇଥିଲା ।
​ ରୋଗୀ କଲ୍ୟାଣ ସମିତିକୁ ମିଳୁଥିବା ସରକାରୀ ଅନୁଦାନ ଅର୍ଥର ସଠିକ୍ ବିନିଯୋଗ ଏବଂ ଆଗାମୀ ଖର୍ଚ୍ଚର ଆକଳନ ପାଇଁ ବଜେଟ୍ ଅନୁମୋଦନ କରାଯାଇଛି। ​ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ଯେପରି ବିନା ବିଳମ୍ବରେ ଜନସାଧାରଣଙ୍କୁ ମିଳିପାରିବ, ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ, କମିଟିର ସଦସ୍ୟବୃନ୍ଦ, ସ୍ଥାନୀୟ ଜନପ୍ରତିନିଧି, ମହିଳା ଓ ଶିଶୁ ବିଭାଗର ସୁପରଫାଇଜର କଳ୍ପନା ମିଶ୍ର , ରୋଗୀ କଲ୍ୟାଣ ସମିତିର ସଭ୍ୟ ଆନନ୍ଦ ଚନ୍ଦ୍ର ବେହେରା, ସଭ୍ୟ ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।