ଗଣିଆ ଥାନା ତରଫରୁ ଚେକିଙ୍ଗ କଡାକଡି
ଗଣିଆ -(ବିଶ୍ୱରଂଜନ ସେଠି )ଗଣିଆ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ଟ୍ରାଫିକ୍ ନିୟମର କଡ଼ାପାଳନ ପାଇଁ ପୋଲିସ ତରଫରୁ ଗାଡ଼ି ମୋଟର ଚେକିଙ୍ଗ୍ କଡ଼ାକଡ଼ି କରାଯାଇଛି। ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଏ ଏସ ଆଇ ସାହା ଆଲାମ ଖାଁ, ଥାନା କର୍ମଚାରୀ ସନ୍ତୋଷ କୁମାର ପ୍ରଧାନ , ପ୍ରିୟକାନ୍ତ ମଲ୍ଲିକ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଗଣିଆ ଦଶପଲ୍ଲା ରାସ୍ତାର କଲେଜ ନିକଟରେ ଉପସ୍ଥିତ ରହି । ଗାଡ଼ି କାଗଜପତ୍ର ଯାଞ୍ଚ ହେଲମେଟ୍, ଡ୍ରାଇଭିଂ ଲାଇସେନ୍ସ (DL), ଗାଡ଼ିର ଆରସି (RC) ଏବଂ ଇନ୍ସୁରାନ୍ସ ପତ୍ର ଯାଞ୍ଚ କରାଯାଉଛି।ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା: ମଦ୍ୟପାନ କରି ଗାଡ଼ି ଚଲାଉଥିବା ଚାଳକଙ୍କ ଉପରେ କଡ଼ା ନଜର ରଖାଯାଇ ବ୍ରେଥ୍ ଆନାଲାଇଜର୍ ସାହାଯ୍ୟରେ ଯାଞ୍ଚ କରାଯାଉଛି।ବେଆଇନ କାରବାର ରୋକିବା: ସନ୍ଦେହଜନକ ଗାଡ଼ି ଓ ବ୍ୟକ୍ତିମାନଙ୍କୁ ପୋଲିସ ଅଟକାଇ ବେଆଇନ ସାମଗ୍ରୀ ବୋହେଇ କିମ୍ବା କୌଣସି ଅପରାଧିକ କାର୍ଯ୍ୟକଳାପ ସନ୍ଦେହରେ ଯାଞ୍ଚ କରୁଛି ପୋଲିସ । ନିୟମ ଅମାନ୍ୟ କରୁଥିବା ବାଇକ୍ ଓ ଚାରିଚକିଆ ଯାନ ଚାଳକଙ୍କଠାରୁ ନିୟମାନୁସାରେ ଚାଲାଣ କଟାଯାଉଛି। ସମସ୍ତ ବୈଧ କାଗଜପତ୍ର ସାଙ୍ଗରେ ରଖନ୍ତୁ ଏବଂ ପୋଲିସର ଏହି ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରନ୍ତୁ ବୋଲି ଥାନା ଏ ଏସ ଆଇ ଶ୍ରୀଯୁକ୍ତ ଖାଁ କହୁଛନ୍ତି ।