ଗୁଜରାଟର ପୁରାତନ ଗର୍ବା ନୃତ୍ୟ ୟୁନେସ୍କୋର ଅପରିଚିତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ

ୟୁନେସ୍କୋର ବିଶ୍ୱ ସାଂସ୍କୃତିକ ଐତିହ୍ୟର ମାନ୍ୟତା ପାଇଲା ଗୁଜରାଟର ଗରବା ନୃତ୍ୟ। ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୁଜୁରାଟର ଗାରବା ନୃତ୍ୟ ହେଉଛି ଏହି ତାଲିକାରେ ସାମିଲ ହୋଇଥିବା ଭାରତର ୧୫ ତମ ଅପରିଚିତ ସାଂସ୍କୃତିକ ଐତିହ୍ୟ। ଏହି ନୃତ୍ୟ ସାମାଜିକ ଏବଂ ଲିଙ୍ଗଗତ ଏକତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୂଚିତ କରେ।

ଏକ ନୃତ୍ୟ ରୂପ ଭାବରେ ଗର୍ବା ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରି ଲୋକଙ୍କ ମୂଳରେ ଗଭୀର ଭାବରେ ଗଢି ଉଠିଛି ଏବଂ ଏକ ଭିନ୍ନ ପରମ୍ପରା ଭାବରେ କୌଣସି ଭେଦଭାବ ବିନା ବିଭିନ୍ନ ସମ୍ପ୍ରଦାୟକୁ ଏକତ୍ର କରୁଛି।ଗୁଜରାଟ ମୁଖ୍ୟମନ୍ତ୍ରୀ ଏହାକୁ ଟ୍ୱିଟ୍ କରି ସୂଚନା ଦେବା ସହ ଗୁଜରାଟର ଗର୍ବ ବୋଲି କହିଛନ୍ତି। ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଗରବା ୟୁନେସ୍କୋର ଇନ୍‌ଟାଞ୍ଜିବଲ କଲଚର ହେରିଟେଜ୍‌ରେ ସାମିଲ୍ ହେବା ଗୁଜରା ଓ ଭାରତ ପାଇଁ ଗୌରବର ବିଷୟ। ଭାରତୀୟ ସଂସ୍କୃତିକୁ ବିଶ୍ୱର ଏହା ଏକ ସମ୍ମାନ ବୋଲି ଶ୍ରୀ ପଟେଲ୍ ଟ୍ୱିଟ୍ କରିଛନ୍ତି।

Leave a comment