ଗୁରୁ ରବିଦାସଙ୍କ ୬୫୦ତମ ଜୟନ୍ତୀ ବର୍ଷରେ ‘ସମରସତା ସଙ୍କଳ୍ପ’ ଓ ‘କଳସ ବନ୍ଦନ’ ଅଭିଯାନ
ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଭବାନୀପାଟଣା ସହରରେ ‘ସମରସତା ସଙ୍କଳ୍ପ ଅଭିଯାନ’ ଓ ‘କଳସ ବନ୍ଦନ ଅଭିଯାନ’ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁଗଳକିଶୋର ପୋଡ଼ଙ୍କ ନିର୍ଦ୍ଦେଶରେ ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବିଷ୍ଣୁ ନାଏକଙ୍କ ସଭାପତିତ୍ୱରେ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।
ଭବାନୀପାଟଣା ଜେଲଖାନା ଛକଠାରୁ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଏହି ଅଭିଯାନରେ କୀର୍ତ୍ତନ, ଭଜନ ସହ ବିଭିନ୍ନ ଭକ୍ତିମୟ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ, କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକ ଉତ୍ସାହର ସହିତ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁଗଳକିଶୋର ପୋଡ଼ ଯୋଗଦେଇଥିବା ବେଳେ, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ଶ୍ରୀ ରମେଶ ମାଝୀ ମଧ୍ୟ ଉପସ୍ଥିତ ରହିଥିଲେ।
ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଦେବେନ୍ଦ୍ର ମହାନ୍ତି, ବରିଷ୍ଠ ନେତା ଶ୍ରୀ ଭରତ ଭୂଷଣ ଦେଓ, ଜିଲ୍ଲା ଉପସଭାପତି ଶ୍ରୀ ଜୟନ୍ତ ସ୍ୱୟମ୍କର୍ଣ୍ଣାୟକ, ପୂର୍ବତନ ଭବାନୀପାଟଣା ସଦର ବିଧାୟକ ଶ୍ରୀ ଅନାମ ନାଏକ, ବରିଷ୍ଠ ନେତା ଶ୍ରୀ ଭବାନୀ ଶଙ୍କର ନିଆଲ, ପୂର୍ବତନ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଶରତ ନାଏକ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ଶ୍ରୀ ଅପ୍ରେସ ସ୍ୱାଇଁ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ଶ୍ରୀ ରଞ୍ଜନ ଜାଲ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସୁଧୀର ମୁଣ୍ଡଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃତ୍ୱ ଉପସ୍ଥିତ ରହିଥିଲେ।
ଏଥିସହ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ କାଞ୍ଚନ ବାଗ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ କିଆମଣି ନାଏକ, କୋଷାଧ୍ୟକ୍ଷ ଶ୍ରୀମତୀ ପ୍ରଭାସିନୀ ନାଏକ ଏବଂ ସଦସ୍ୟା ଶ୍ରୀମତୀ ଗୌରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ଶ୍ରୀ ନିରଞ୍ଜନ ଛତ୍ରିଆ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗା, ଶ୍ରୀ ବିଭୀଷଣ ନାଏକ, ଶ୍ରୀ ମୁରଲୀ ସେଠି, ବରିଷ୍ଠ ନେତା ଶ୍ରୀ କୈଶବ ବିହାରୀ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ଗଣେଶ କୁମାର, ଜିଲ୍ଲା ପୂର୍ବତନ ସମ୍ପାଦକ ଶ୍ରୀ ପଦ୍ମରାମ ବାଗ, ଶ୍ରୀ ତଫାନ ସୁନାନୀ, ସମ୍ପାଦକ ଶ୍ରୀ ଅକୁର ହରପାଳଓ ଥୁଆମୂଳ ରାମପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ପବିତ୍ର ନାଏକ ଏବଂ ଥୁଆମୂଳ ରାମପୁରୁ ବ୍ଲକ ର ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଥୁଆମୂଳ ରାମପୁରର ସମାଜସେବୀ ତଥା ଯୁବମାନଙ୍କ ନେତୃତ୍ୱ ନେଉଥିବା ଶ୍ରୀ ସୁଜନ କୁମାର ନାଏକ ମଧ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟ ସହଯୋଗ ରହିଥିଲା।
ଅଭିଯାନରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମୋର୍ଚ୍ଚା ଓ ସଂଗଠନର ପଦାଧିକାରୀଙ୍କ ସହ ଯୁବମୋର୍ଚ୍ଚାର ବହୁ ସଂଖ୍ୟକ ଯୁବ କାର୍ଯ୍ୟକର୍ତ୍ତା, ମହିଳା କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ମୋର୍ଚ୍ଚାର ମହିଳା ପଦାଧିକାରୀମାନେ ଉତ୍ସାହର ସହିତ ସାମିଲ ହୋଇଥିଲେ।
ଅନୁସୂଚିତ ଜାତି ମୋର୍ଚ୍ଚାର ସମସ୍ତ ମଣ୍ଡଳ ସଭାପତି, ସନ୍ଥ ଗୁରୁ ରବିଦାସଙ୍କ ସମସ୍ତ ଟୋଲି ସଦସ୍ୟ ଏବଂ ବହୁ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଆହୁରି ସଫଳ ଓ ଗଣମୁଖୀ ହୋଇଥିଲା।
କୀର୍ତ୍ତନ ଓ ଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ଏହି ‘କଳସ ବନ୍ଦନ ଅଭିଯାନ’ ମାଧ୍ୟମରେ ସାମାଜିକ ସମରସତା, ଭାଇଚାରା, ସମାନତା ଓ ସାମାଜିକ ଏକତାର ବାର୍ତ୍ତା ପ୍ରଚାର କରାଯାଇଥିଲା। ଗୁରୁ ରବିଦାସ ଜୀଙ୍କ ମହାନ ଚିନ୍ତାଧାରା ଓ ଆଦର୍ଶକୁ ସମାଜର ପ୍ରତ୍ୟେକ ବର୍ଗରେ ପହଞ୍ଚାଇବା ସହ ଏକ ସୁସ୍ଥ, ସମାନ ଓ ସମରସ ସମାଜ ଗଠନ ପାଇଁ ସମସ୍ତେ ଏକତ୍ରିତ ହେବାର ବାର୍ତ୍ତା ଦିଆଯାଇଥିଲା । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।