ରାଜ୍ୟରେ ୨ ଲକ୍ଷ ୩୭ ହଜାର ଟନ୍ ସାର ମହଜୁଦ! ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । କଳାବଜାରୀ ରୋକିବା ପାଇଁ ଗଠନ ହୋଇଛି ଏନଫୋର୍ସମେଣ୍ଟ ଟିମ ।ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ସେଥିରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ୟାକ୍ସ ବା PACSକୁ ଯୋଗାଇ ଦିଆଯାଇଛି । ସେହିପରି ୧୪୨୬ ଟନ୍ ସାର ଡିଲରମାନଙ୍କୁ ଦିଆଯାଇଥିବା ବେଳେ ଏବେ ରାଜ୍ୟରେ ପ୍ରାୟ ୨୯ ହଜାର ଟନ୍ ସାର ଷ୍ଟକ ରହିଛି ।