ଜଗତସିଂହପୁର ସହର ଉପକଣ୍ଠରେ ସେକ୍ସ ରାକେଟ ଠାବ । ଦୁଇଜଣ ମହିଳାଙ୍କ ସମେତ ୭ ଜଣ ଗିରଫ
ଜଗତସିଂହପୁର ସହର ଉପକଣ୍ଠ ନନ୍ଦାଗଡ଼ା ଅଞ୍ଚଳର ତ୍ରିପାଠୀ ସାହିରେ ଏକ ଘର ଉପରେ ଅତର୍କିତ ଚଢ଼ାଉ କରି ବଡ଼ ଧରଣର ସେକ୍ସ ରାକେଟ ଠାବ କରିଛି ଜଗତସିଂହପୁର ପୋଲିସ ।ଏହି ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଘର ମାଲିକଙ୍କ ସମେତ ୪ ଜଣ ଗ୍ରାହକ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆଜି (ମଙ୍ଗଳବାର) ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ସୂଚନା ଅନୁସାରେ, ନନ୍ଦାଗଡ଼ା ଅଞ୍ଚଳର ଏକ ଘରେ ଦୀର୍ଘଦିନ ଧରି ବେଆଇନ ଭାବେ ଦେହ ବ୍ୟବସାୟ ଚାଲିଥିଲା । ଏନେଇ ପୋଲିସ ନିକଟରେ ଖବର ରହିଥିଲା । ଏହି ସୂଚନା ଆଧାରରେ ଜଗତସିଂହପୁର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଘର ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ପୂର୍ବରୁ ବାରମ୍ବାର ଏଠାରେ ପୋଲିସ୍ ରେଡ୍ କରିବା ବେଳେ ଅପରାଧୀ ପଳାୟନ କରିବାରେ ସଫଳ ହେଉଥିଲେ । ମାତ୍ର ଏହିଥର ପୋଲିସ୍ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି |ଏହି ରାକେଟ କେତେଦିନ ଧରି ଚାଲିଥିଲା, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହାର ନେଟୱର୍କ କେତେଦୂର ବ୍ୟାପିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।