ଜେପି ନଡ୍ଡାଙ୍କର ହେଲା ଆଞ୍ଜିୟପ୍ଲାଷ୍ଟି
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପି ନେତା ଜେପି ନଡ୍ଡାଙ୍କ ଦିଲ୍ଲୀ ଏମ୍ସରେ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ନଡ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ତାଙ୍କୁ କାର୍ଡିଓଲୋଜି ବିଭାଗରେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ଉଲ୍ଲେଖନୀୟ ଯେ ଶ୍ରୀ ନଡ୍ଡାଙ୍କୁ ଗୁରୁବାର (୧୩ ଅଗଷ୍ଟ) ଅସ୍ଥିରତା ଅଭିଯୋଗ କରିବା ପରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି କରାଯାଇଥିଲା।ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜଲଦି ସୁସ୍ଥ ହେବା କାମନା କରିଛନ୍ତି । ସେ ଲେଖିଛନ୍ତି, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ସୂଚନା ମିଳିଥିଲା । ମୁଁ ତାଙ୍କ ସଫଳ ଚିକିତ୍ସା ଏବଂ ଶୀଘ୍ର ସୁସ୍ଥ ହେବା ନେଇ କାମନା କରୁଛି ।