ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଚିନ୍ତା ବଢ଼ାଇଛି ପରିବା ଦର
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ପରିବା ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ କହୁଛନ୍ତି । ତେଣୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ଯାହା ଯେତିକି ମୂଲ୍ୟ ବଢି ଆସୁଛି ତାକୁ ନେଇ ବଜାର ନିୟନ୍ତ୍ରଣ ହେଉଛି ।। ବାଇଗଣ, ଭେଣ୍ଡି, ଟମାଟୋ, ପୋଟଳ, କୌଣସି ପରିବା ୯୦ ଟଙ୍କା ତଳେ ନାହିଁ । ସପ୍ତାହେ ଭିତରେ ଦର ଦୁଇଗୁଣା ହୋଇଯିବାରୁ ମଧ୍ୟବିତ୍ତଙ୍କ ବଜେଟ୍ ପୂରା ଦୋହଲିଯାଇଛି । ଶ୍ରାବଣ ମାସ ଚାଲିଥିବାରୁ ପରିବା ଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଜହ୍ନି ୯୦, ବାଇଗଣ ୯୦, ଛୁଇଁ ୧୦୦ କିଣା ରେ ୧୨୦ ରେ ବିକ୍ରି ହେଉଛି। କୋଶଳା ବିଡ଼ା ୧୫ ଟଙ୍କା, କାକୁଡି ୬୦ ଟଙ୍କା ରହିଛି ।