ବିଷାକ୍ତ ସାପ କାମୁଡ଼ାରେ ନା ବାଳକ ର ମୃତ୍ୟୁ*
ଗତ କାଲି ରାତିରେ ସୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ସାତ ବର୍ଷର ନାବାଳକ ର ମୃତ୍ୟୁ ଘଟିଛି, ମୃତ ବାଳକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଅନ୍ତର୍ଗତ ଉଲିଗୁଞ୍ଜେର ଗାଁର ସାତ ବର୍ଷର ନାବାଳକ ଲାଗେସ ମାଝୀ ବୋଲି ସୂଚନା ମିଳିଛି । ରାତିରେ ସୋଇଥିବା ବେଳେ ସାପ କାମୁଡି ଥିବା ଫଳରେ ପରିବାର ଲୋକେ ତୁରନ୍ତ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିବା ବେଳେ ଅବସ୍ଥା ଶଙ୍କଟାପର୍ଣ୍ଣ ହବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା କୁ ତୁରନ୍ତ ସ୍ଥାନାଂତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ସମ୍ବେଦନଶିଳ ଘଟଣାରେ ମୃତ ପରିବାରକୁ ଜିଲ୍ଲା ସିକିତ୍ସାଳୟରେ ଶବ ବ୍ୟବଛେଦ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ ଓ ସମବେଦନା ଜଣାଇ ଥିଲେ ଜିଲ୍ଲାର ପ୍ରମୁଖ ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ ଅବିନାଶ ଠାକୁର ଓ ଶ୍ରୀମତୀ ଶାନ୍ତି ମାଝୀ ତେଣୁ ସେ ମାନଙ୍କୁ ଅଞ୍ଚଳରେ ଅନେକ ବୁଦ୍ଧିଜୀବୀ ସାଧୁବାଦ ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅଞ୍ଚଳରେ ହାତୀ ଉପଦ୍ରଵ ଯୋଗୁଁ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଦିନ ରାତିରେ ବିଦ୍ୟୁତ କାଟି ଦିଆ ଯାଉଥିବାରୁ ବାରମ୍ବାର ଏହି ଭଳି ସମ୍ବେଦନଶୀଳ ଘଟଣା ଘଟୁଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।