ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ‘ଦ ଗ୍ରେଟ୍ ଖଲି’ ବାପା ହୋଇଛନ୍ତି।
ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦିଲୀପ ସିଂହ ରାଣା ଓରଫ ‘ଦ ଗ୍ରେଟ୍ ଖଲି’ ବାପା ହୋଇଛନ୍ତି।ତାଙ୍କ ଘରକୁ ଆସିଛି ପୁତ୍ର ସନ୍ତାନ । ସୋସିଆଲ ମିଡିଆରେ ଖଲି ପୋଷ୍ଟ କରିଥିବା ଏକ ଭିଡିଓରେ ସେ ପୁଅକୁ ଧରିଥିବା ଦେଖିବାକୁ ମିଳିଛି । ଏହି ଖୁସିଖବର ସେୟାର କରିବା ସହ ଖଲି ଲେଖିଛନ୍ତି , ‘ଆଜି ଆପଣମାନଙ୍କ ଆଶୀର୍ବାଦ ଯୋଗୁଁ ମୋତେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଛି’ ।ଖଲି ୨୦୨୨ରେ ବିବାହ କରିଥିଲେ ।
ଉଚ୍ଚତାରେ ପତି ପତ୍ନୀଙ୍କ ମଧ୍ୟରେ ବେଶ୍ ପାର୍ଥକ୍ୟ ଥିଲେ ବି ଦୁହେଁ ଖୁସି ଦାମ୍ପତ୍ତ୍ୟ ଜୀବନ ବିତାଇଆସୁଛନ୍ତି । ବିବାହର କିଛି ଦିନ ପରେ ଖଲି ରେସଲିଂରେ ପାଦ ରଖିଥିଲେ। ପରେ ସେ ଜଣେ ସଫଳ ରେସ୍ଲର ପାଲଟିଥିଲେ। ତେବେ ବିବାହର ୧୨ ବର୍ଷ ପରେ ତାଙ୍କ ଝିଅ ଅଭଲିନ ଜନ୍ମ ନେଇଥିଲେ। ଏବେ ସେ ୮ ବର୍ଷର ହୋଇଗଲେଣି।