ଡିସେମ୍ବର ୩୦ ରେ ମା ବୁଢାବୁଢ଼ି ଠାକୁରଙ୍କବାର୍ଷିକ ପୂଜାତ୍ସୋବ


ଗଣିଆ, (ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ ପଞ୍ଚାୟତର ଆରାଧ୍ୟା ଦେବୀ ମା ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ପୂଜାତ୍ସୋବ ନିମିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟିର ସଭାପତି ଅର୍ଜୁନ ନାୟକଙ୍କ ସଭାପତିତ୍ୱରେ ମା ଙ୍କ ପୀଠରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ କମିଟିର ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ , ଶୁଭେନ୍ଦୁ ନାୟକଙ୍କ ସମେତ ଗ୍ରାମର ବିଭିନ୍ନ ଗ୍ରାମର ମୁଖିଆମାନେ ଯୋଗଦେଇଥିଲେ ।

ବିଗତ ବର୍ଷ ଭଳି ଚଳିତ ବର୍ଷ ଯେପରି ଶାନ୍ତିଶୃଙ୍ଖଳାର ସହ ପୂଜାତ୍ସୋବ ଓ ଯାତ୍ରା ଅନୁଷ୍ଠିତ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ତେବେ ଚଳିତ ମାସ ୨୯ ତାରିଖରେ ଶୁଭାଧିବାସ କାର୍ଯ୍ୟକ୍ରମ ପରେ ୩୦ ତାରିଖରେ ମା ଙ୍କ ବାର୍ଷିକ ପୂଜାତ୍ସୋବ ପାଇଁ ନିଷ୍ପତି ନିଆଯାଇଥିଲା । ଏହି ପୂଜାତ୍ସୋବ ଦେଖିବା ପାଇଁ ଗଣିଆ ସମେତ ସମେତ ଗଣିଆ, ଦଶପଲ୍ଲା ସମେତ ନରସିଂପୁର ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମକୁ ସମଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ମିଳିଛି ।