ଯୁକ୍ତ ଦୁଇ ଇମ୍ପ୍ରୁଭମେଣ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; କମ୍ ମାର୍କ ରହିଲେ ପୁରୁଣା ମାର୍କସିଟ୍ ରହିବ ବଳବତ୍ତର
ଯୁକ୍ତ ଦୁଇ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । । ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପୂର୍ବ ମାର୍କଠାରୁ କମ୍ ନମ୍ବର ଆସିଲେ ମଧ୍ୟ ମୂଳ ଯୁକ୍ତ ଦୁଇ ପରୀକ୍ଷାରେ ମିଳିଥିବା ନମ୍ବର ଯଦି ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପ୍ରାପ୍ତ ନମ୍ବରଠାରୁ ଅଧିକ ହୁଏ, ତେବେ ଅଧିକ ନମ୍ବରକୁ ହିଁ ପ୍ରାଥମିକତା ଦିଆଯିବ । ପୁରୁଣା ମାର୍କସିଟ୍ ବଳବତ୍ତର ରହିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସ୍ପଷ୍ଟ କରାଯାଇଛି ।ସୂଚନା ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ଭଲ ହୋଇଥିଲା । କଳାରେ ଛାତ୍ରଙ୍କ ପାସ ହାର ୭୭.୯୭% ରହିଥିଲା । ଛାତ୍ରୀଙ୍କ ପାସ ହାର ୮୯.୪୫% ଥିଲା । କଳାରେ ମୋଟ ପାସହାର ୮୪.୫୦% ରହିଥିଲା । ବାଣିଜ୍ୟ ବିଭାଗରେ ଛାତ୍ରଙ୍କ ପାସହାର ୮୬.୬୭% ରହିଥିବା ବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୪୩% । ବାଣିଜ୍ୟରେ ମୋଟ ପାସହାର ୮୮.୦୭% । ସେହିପରି ଭାବରେ ବିଜ୍ଞାନ ବିଭାଗରେ ଛାତ୍ରଙ୍କ ପାସହାର ୮୭.୪୧% ଓ ଛାତ୍ରୀଙ୍କ ପାସହାର ୯୦.୨୪% ରହିଛି । ବିଜ୍ଞାନରେ ମୋଟ ପାସହାର ରହିଛି ୮୮.୮୦% ।