ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ୭୭ତମ ବନ ମହୋତ୍ସବ ପାଳିତଗଛ ଲଗାନ୍ତୁ – ପୃଥିବୀ ବଂଚାନ୍ତୁଆମ ମା’ ଓ ମାତୃଭୂମି ଉଭୟଙ୍କ ପାଇଁ ଏହି ପଦକ୍ଷେପ
ଗଣିଆ,_(ବିଶ୍ୱରଂଜନ ସେଠି ) ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ନୟାଗଡ଼ ବନଖଣ୍ଡ ତତ୍ୱାବଧାନରେ ଗଣିଆ ବନାଂଚଳ ତରଫରୁ ଗଣିଆ ବ୍ଳକ ସ୍ଥିତ ପିଏମଶ୍ରୀ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠଠାରେ ଶୁକ୍ରବାର ଦିନ ପୂର୍ବାହ୍ନରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଏସିଏଫ ସେତୁରଂଜନୀ ଗମାଙ୍ଗ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଗଣିଆ ସରପଂଚ ଗିରିଧାରୀ ସେଠୀ, ଅବସରପ୍ରାପ୍ତ ବନପାଳ ତଥା ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ପ୍ରଫୁଲ କୁମାର ଦାଶ, ବନପାଳ ମନୋଜ ପ୍ରଭାକର ସାହୁ, ଅଗ୍ନିଶମ ବିଭାଗର ସୁରେଶ କୁମାର ସାହୁ, ଓ ଶିଶିର କୁମାର କର ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଚାରା ରୋପଣ କରିଥିଲେ ।

ଏଥି ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ବନ କର୍ମଚାରୀମାନେ ଯୋଗଦାନ କରି ବିଭିନ୍ନ ପ୍ରଜାତିର ଚାରା ରୋପଣ ଯଥା ଲିମ୍ଭ, ଶିଶୁ, କରଂଜ, ଜାମ୍ବୁ, ପଣସ, ଅଁଳା, ଆଦି ୨୦୦ଗୋଟି ଚାରା ରୋପଣ କରାଯାଇଥିଲା । ଏହାପରେ ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅତିଥିମାନେ ବନ ମହୋତ୍ସବ ପାଳନ କରିବାର ଉଦ୍ଦେଶ୍ୟ ସଂପର୍କରେ କହିବା ସହିତ ପରିବେଶର ସୁରକ୍ଷା ପାଇଁ ଗଛର ଭୁମିକା କିଭଳି ଭାବରେ ଅତ୍ୟନ୍ତ ଗୁରତ୍ୱ ପୁର୍ଣ୍ଣ ତାହା ଆଲୋଚନା କରିଥବଲେ । ଦିନକୁ ଦିନ ଗଛ ସମନ୍ତେ କାଟିବାରେ ବ୍ୟସ୍ତ । ଏହାଦ୍ୱାରା ପରିବେଶ ବିଗିଡ଼ିବାରେ ଲାଗିଛି । ଯାହାର କୁପ୍ରଭାବ ପ୍ରକାରନ୍ତରେ ମନୁଷ୍ୟର ଦୈନନ୍ଦିନ ଚଳଣି ଉପରେ ପଡ଼ୁଛି । ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଜଙ୍ଗଲ ଧ୍ୱଂସ ଯୋଗୁ ପରିବେଶ ପ୍ରଦୁଷଣ, ତାପମାତ୍ରା ବୃଦ୍ଧି ଓ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାରୁ ପ୍ରମୁଖ କାରଣ ହୋଇଛି ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଗମାଙ୍ଗ କହିଥିଲେ । ଜଙ୍ଗଲ ପୋଡ଼ି ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥାଏ, ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ତଥା ପରିବେଶ ପଦୁଷଣ ଓ ତାପମାତ୍ରାକୁ ରୋକିବା ପାଇର୍ ଗଛ ଯଥେଷ୍ଟ ପରିମାଣରେ ଲଗାଇବା ଦରକାର ବୋଲି ବନପାଳ ମନୋଜ ପ୍ରଭାକର ସାହୁ କହିଥିଲେ । ଗଛଟିଏ ପିଲାଟିଏ – ଏଣୁ ଛାତ୍ରଛାତ୍ରୀମାନେ ଭବିଷ୍ୟତର ନାଗରିକ । ଏଣୁ ଭବିଷ୍ୟତରେ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ହେଲେ ପ୍ରତ୍ୟକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶକୁ ଧ୍ୱଂସାଭିମୁଖୀରୁ ରକ୍ଷା କରିବାପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତ କହିଥିଲେ । ଶେଷରେ ସଭାରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ବନକର୍ମଚାରୀ ମାନେ ଗଛ ଲଗାନ୍ତୁ-ପୃଥିବୀ ବଂଚାନ୍ତୁ କହି ଏକ ସ୍ୱରରେ ଶପଥ ପାଠ କରିଥିଲେ ।
