ଓମ୍ସାକୁ ଡାକିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।  ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ 

ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସ୍ୱାଭାବିକ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶା ମେଡିକାଲ ସେବା ସଂଘ (OMSA)ର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ସଂଘର କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରିଛନ୍ତି ।ଆସନ୍ତାକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଓମ୍ସାର ବିଭିନ୍ନ ଦାବି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଆସୋସିଏସନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ତେବେ ରାଜ୍ୟରେ ଚିକିତ୍ସା ସେବା ଯେପରି ବାଧାପ୍ରାପ୍ତ ନହୁଏ ଏବଂ ଜନସାଧାରଣ ଯେପରି ସୁବିଧାରେ ସ୍ୱାସ୍ଥ୍ୟସେବା ପାଇପାରିବେ, ସେଥିପାଇଁ ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ ସ୍ୱାସ୍ଥ୍ୟ ସେବା ସ୍ୱାଭାବିକ କରିବା ସହ ବୈଠକରେ ଯୋଗଦେବାକୁ ସରକାର ଅନୁରୋଧ କରିଛନ୍ତି ।