ଥାନାରେ ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଓ ତାଙ୍କ ସ୍ୱାମୀ
ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ ଘଟଣା । ବନ୍ୟଜନ୍ତୁଙ୍କ ସହ ସାମାଜିକ ଗଣମାଧ୍ୟମରେ ଫୋଟୋ ଭିଡିଓ ସେୟାର କରିବା ମହଙ୍ଗା ପଡିଲା । ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢାଉ କରିଛି ବନ ବିଭାଗ । ଯାଜପୁର ସଦର ଥାନା ବେରୁଦା ପଞ୍ଚାୟତ ଜହଲ ଗାଁରେ ଥିବା ମୋନାଲିସା ଭଦ୍ରଙ୍କ ଘରେ ଚଢଉ କରାଯାଇଛି ।ଗତକାଲି ରାତିରେ ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ।

ତଦନ୍ତ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯାଜପୁର ରୋଡ଼ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର । ବନ ବିଭାଗ ପକ୍ଷରୁ ଚଢ଼ାଉ ହେବାନେଇ ଖବର ପାଇ ଉଭୟ ସ୍ୱାମୀ ସ୍ତ୍ରୀ ଫେରାର ହୋଇଯାଇଥିଲେ । ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଅଧିକାରୀମାନେ ପ୍ରଚେଷ୍ଟା କରି ବିଫଳ ହେଇଥିଲେ । ଏଥିସହିତ ପୁନଃଶ୍ଚ ଗତ ସୋମବାର ଦିନ ସକାଳୁ ମଧ୍ୟ ବନ ବିଭାଗ ପକ୍ଷରୁ ମୋନାଲିସାଙ୍କ ଘରେ ଚଢ଼ାଉ କରାଯାଇଥିଲା ।