ପୁରୀ ପରି କୋଣାର୍କ ରେ ମହାପ୍ରଭୁଙ୍କ ତିନିରଥ, ନବମୀ ପୂଜାରେ ମହାପ୍ରଭୁ

ପୁରୀ:ପୁରୀ ରଥଯାତ୍ରା ପରି କୋଣାର୍କ ରେ ରଥଯାତ୍ରା ପାଳନ ହୋଇଯାଇଛି, କୋଣାର୍କ ରାଜାରାମ ମନ୍ଦିର ରୁ ତିନିଠାକୁର ଜଗନ୍ନାଥ, ବଳଭଦ୍ର ମାତା ସୁଭଦ୍ରା ଙ୍କ ତିନିରଥକୁ ହଜାର ହଜାର ଭକ୍ତଙ୍କ ଦ୍ବାରା ରାଉଳ ପାଟଣା ଗିଣ୍ଡିଚା ମନ୍ଦିର କୁ ଅଣାଜାଇଥିଲା, ସେଠାରେ ରଥଯାତ୍ରା ଠାରୁ ପାଞ୍ଚଦିନ ରାମନୀଳା କରିବା ପରେ ଗତକାଲି ରାତି ଠାରୁ ଅଷ୍ଟପହରି ଆରମ୍ଭ ହୋଇଛି।

ହରିନାମରେ କମ୍ପୁଛି ରାଉଳ ପାଟଣା ଗାଁ, ଗାଁ ର ତିନିଶହ ପରିବାର ଘରର ଦୁଆର ମୁହଁରେ କଳଶ ବସାଇ ଘରେ ଘରେ ନିରାମିଷ ଭୋଜନ କରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ, ଆସନ୍ତା କାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା ମହାପ୍ରଭୁ ଜଗନ୍ନାଥ ତାଙ୍କ ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଙ୍କୁ ନେଇ ନିଜ ମନ୍ଦିର କୋଣାର୍କ ରାଜାରାମ ଆଶ୍ରମକୁ ଫେରିବେ। ସେଥିପାଇଁ ଚଳଚଞ୍ଚଳ ହୋଇଛି ରାଉଳ ପାଟଣା ଗୁଣ୍ଡିଚା ମନ୍ଦିର ଠାରୁ କୋଣାର୍କ ରାଜାରାମ ଆଶ୍ରମ ଏବେ ହରିବୋଲ ହୁଳହୁଳି ରେ କମ୍ପୁଛି ରାଉଳ ପାଟଣା ଗାଁ ରେ ଥିବା ଗୁଣ୍ଡିଚା ମନ୍ଦିର।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ