ପେଣ୍ଡ୍ରାଣୀ ଉଚ୍ଚ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଚନ୍ଦାହାଣ୍ଡି – ତା ୧୯ /୦୭ ( ପୀତାମ୍ବର ସୋରୀ ) ପେଣ୍ଡ୍ରାଣୀ ଉଚ୍ଚ ବିଦ୍ୟାଳୟ ଅନକାବେଡାର ସହକାରୀ ଶିକ୍ଷକ ଆଲୋକ ବେଉରା ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ପେଣ୍ଡ୍ରାଣୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପ୍ରତିଷ୍ଠାତା କମିଟିର ସମ୍ପାଦକ, ତ୍ରିଲୋଚନ ପାଣ୍ଡେ, ଗଙ୍ଗାରାମ ଅଣ୍ଟି, ନିମାଇଁ ଚରଣ ପାଣ୍ଡେ, ଦେଓବନ୍ଧ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଖଲି ଗଡେନ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷୟିତ୍ରୀ, ଦୀନବନ୍ଧୁ ମାଝୀ, ନାଏବ ସରପଞ୍ଚ ଶ୍ରୀମତୀ ବୁଧବାରୀ ନାଗେଶ, ପୀତାମ୍ବର ସୋରୀ, ମହେଶ୍ୱର ଦାସ, ମୁକୁନ୍ଦ ବେଶ୍ରା ପ୍ରମୁଖ ମଞ୍ଚାସିନ ହୋଇଥିଲେ l

ଆଜି ଶହ ଶହ ପୁରାତନ ଛାତ୍ର ଛାତ୍ରୀ ଓ ବର୍ତ୍ତମାନର ପଠନରତ ଛାତ୍ରଛାତ୍ରୀ ଙ୍କ ଗହଣରେ ଶିକ୍ଷକ ଆଲୋକ କୁମାର ବେଉରାଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା ସମିତି ଓ ଅନକାବେଡା ଗ୍ରାମପଞ୍ଚାୟତ ବାସୀ ଭାବ ବିହ୍ଵଳ ହେଇ ବିଦାୟ ଦେଇଥିବା ଦେଖିବାକୁ ମିଳିଥିଲା l ଆଜି ବିଦାୟ ବେଲରେ ଶ୍ରୀ ବେଉରା ଛାତ୍ରଛାତ୍ରୀ ଙ୍କୁ ନିସ୍ଵାର୍ଥପର ଭାବେ କାମ କରି ସମସ୍ତଙ୍କର ଉନ୍ନତି ପାଇଁ ମନୋନିବେଶ ସହ ରାଷ୍ଟ୍ର ନିର୍ମାଣ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ l ପାଠ ପଢ଼ି ସ୍ୱାଭିମାନୀ ହୋଇ ବଞ୍ଚିବା ଓ ଜଣେ ଭଲ ମଣିଷ ଟିଏ ହେବାକୁ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ l

ନିଜେ କଷ୍ଟ ସହି ବଞ୍ଚ ତଥାପି ସ୍ୱାଭିମାନୀ ହୁଅ ବୋଲି ନିଜର ବକ୍ତବ୍ୟରେ କହିଥିଲେ l
ପ୍ରକାଶ ଥାଉକି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଅନ୍ତସ୍ଥ ଅନକାବେଡା ଠାରେ ବିଗତ ୧୯୮୯ ମସିହାରେ ପେଣ୍ଡ୍ରାଣୀ ଉଚ୍ଚ ବିଦ୍ୟାଳୟ ଅନକାବେଡା ନାମରେ ଏକ ଶିକ୍ଷାନୁଷ୍ଠାନ ଗଢ଼ି ଉଠଥିଲା l ଉକ୍ତ ବିଦ୍ୟାଳୟ ରେ ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରୁ ଆଲୋକ କୁମାର ବେଉରା ଆସି ସହକାରୀ ଶିକ୍ଷକ ରୂପେ ୧୯୯୪ ମସିହାରୁ ଯୋଗ ଦେଇଥିଲେ l ଚଳିତ ୨୦୨୬ ମସିହାରେ ଶ୍ରୀ ବେଉରା ତାଙ୍କର ଚାକିରୀ କାଳର ୩୨ ବର୍ଷ ପରେ ଆଜି ଅବସର ନେଇଥିବା ବେଳେ ତାଙ୍କୁ ଅନୁଷ୍ଠାନ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ବିଦ୍ୟାଳୟ ଗ୍ରାମ ଅନକାବେଡା, ସନ୍ଧିମୁଣ୍ଡା, କେନ୍ଦୁଗୁଡା ପରିକ୍ରମା କରାଇ ଶେଷରେ ଶ୍ରୀ ବେଉରାଙ୍କ ବାସ ଭଵନ ଠାରେ ପହଞ୍ଚାଇ ବିଦାୟ ଦିଆଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ଭୋଜରାମ ସିହ୍ନା, ହୁମେଶ୍ୱର ହଂସ, ବିଶିକେଶନ ଦାସ, ପରମାନନ୍ଦ କେତକୀ, ସୁରେଶ କେଉଟ, ଟେକରାମ କେଉଟ, ନିରଞ୍ଜନ କେଉଟ, ରୁପେନ୍ଦ୍ର ନାଗେଶ, ହିମାଂଶୁ ଶେଖର ସୋରୀ, ବାବୁଲାଲ ଜଗତ , ଯୁଗେଶ୍ୱର ନାଗ, କେଶବ ଗୋପାଳ, ମଣିରାମ ଗୋପାଳ, ସହ ବିଦ୍ୟାଳୟ ର ସହକାରୀ ଶିକ୍ଷକ, ସରତ କୁମାର ସାହୁ, ଅଭିମନ୍ୟୁ ସିଂ, ରବୀନ୍ଦ୍ର ନାଥ ମହାନ୍ତି, ବଂଶୀଧର ସାହୁ, ହରକ ଲାଲ ସାହୁ, କିରାଣୀ ପ୍ରଭୁଲାଲ ସାହୁ, ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ , ସୁଭାଷ ପାଣ୍ଡେ, ମଧୁସିଂ ପାଣ୍ଡେ , ରମ୍ଭା ପାଣିଗ୍ରାହୀ ସହ ଅନ୍ୟାନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l