ପ୍ରକାଶ ପାଇଲା ୨୦୨୬ JEE ଆଡଭାନ୍ସଡ ରେଜଲ୍ଟ

ପ୍ରକାଶ ପାଇଲା ୨୦୨୬ JEE ଆଡଭାନ୍ସଡ ରେଜଲ୍ଟ । IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି । ୩୬୦ରୁ ୩୩୦ ନମ୍ବର ରଖି ଶୁଭମ ଟପ୍ପର ହୋଇଛନ୍ତି । ଅଲ୍ ଇଣ୍ଡିଆ ରାଙ୍କ ୨ରେ ଆଇଆଇଟି ଦିଲ୍ଲୀ ଜୋନରେ କବୀର ଛିଲ୍ଲର ରହିଥିବା ବେଳେ ରାଙ୍କ ୩ରେ ଜତୈନ ଚାହର ରହିଛନ୍ତି । ମେ ୧୭ ତାରିଖରେ ହୋଇଥିବା ପ୍ରବେଶିକା ପରୀକ୍ଷାରେ ମୋଟ ୧,୭୯,୬୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଦୁଇଟି ସିଫ୍ଟରେ ପରୀକ୍ଷା ଆୟୋଜନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୬ହଜାର ୮୮୦ଜଣ କୃତକାର୍ଯ୍ୟ ହୋଇଛନ୍ତି । ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୦ହଜାର ୧୦୭ ଜଣ ଛାତ୍ରୀ ରହିଛନ୍ତି ।ସେହିପରି ଓଡ଼ିଶା ପାଇଁ ମଧ୍ୟ ଏହି ରେଜଲ୍ଟ ଏକ ବଡ଼ ଖୁସି ଖବର ଆଣିଦେଇଛି। ରାଜ୍ୟର ମେଧାବୀ ଛାତ୍ର ଭବେଶ ପାତ୍ର ସର୍ବଭାରତୀୟ ସ୍ତରରେ ୨୯ ତମ ରାଙ୍କ ଅଧିକାର କରିଛନ୍ତି। ଏହି ଚମତ୍କାର ସଫଳତା ସହିତ ସେ ଚଳିତ ବର୍ଷର ଓଡ଼ିଶା ଟପ୍ପର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଭବେଶଙ୍କ ଏହି ଆକର୍ଷଣୀୟ ରାଙ୍କ ପାଇଁ ତାଙ୍କ ପରିବାର ଓ ଶିକ୍ଷକମାନେ ବେଶ ଆନନ୍ଦିତ ଅଛନ୍ତି ଏବଂ ରାଜ୍ୟ ପାଇଁ ଗର୍ବ ଅନୁଭବ କରୁଛନ୍ତି।