ସ୍ଥଗିତ ହେଲା OJS ପ୍ରାରମ୍ଭିକ ପରୀକ୍ଷା , OPSC ଜାରି କଲା ବିଜ୍ଞପ୍ତି

ସ୍ଥଗିତ ହେଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା OJS ପରୀକ୍ଷା । ଏନେଇ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଜୁଲାଇ ୫ ତାରିଖରେ OJS ପ୍ରାରମ୍ଭିକ ପରୀକ୍ଷା ଆୟୋଜିତ ହେବାର ଥିଲା । ମାତ୍ର ବର୍ତ୍ତମାନ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ ଓପିଏସି ସ୍ପଷ୍ଟ କରିଛି । କେବଳ ପରୀକ୍ଷା ସ୍ଥଗିତ ହୋଇନାହିଁ, ବରଂ ଆବେଦନ ପ୍ରକ୍ରିୟାର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଫଳରେ ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିପାରିନଥିଲେ, ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି । ଆବେଦନ ସମୟ ବଢ଼ାଇବା ସହ ନୂତନ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବା ନେଇ ଓପିଏସି ସୂଚନା ଦେଇଛି ।