ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ

ବିଶ୍ଵ ଯୁବ କେନ୍ଦ୍ର ର 40 ବର୍ଷ ପୂର୍ତ୍ତି ଉପଲକ୍ଷେ ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଂଚାୟତ ଖରଚୁଲି ଗ୍ରାମ ରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଇଛି। କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଗୀତାଞ୍ଜଳି ପ୍ରିୟଦର୍ଶିନୀ, ଅଙ୍ଗନାୱାଡି କର୍ମୀ ସ୍ନେହଲତା ସ୍ୱାଇଁ, ଆଶା କର୍ମୀ ପ୍ରେମଲତା ରାଉତ, ଗ୍ରାମ ସଭାପତି ଜଗବନ୍ଧୁ ରାଉତ, ଗ୍ରାମ ର ମହିଳା ଓ ପୁରୁଷ ଯୋଗଦେଇଥିଲେ। ବିଶ୍ୱ ଯୁବ କେନ୍ଦ୍ର ର କାଉନସେଲର ମନସ୍ମିତା ନାୟକ ସମସ୍ତ ଙ୍କୁ ସ୍ୱାଗତ ଜଣାଇ କାଯ୍ୟକ୍ରମ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ।ଗୀତାଞ୍ଜଳି ପ୍ରିୟଦର୍ଶିନୀ ତମାଖୁ ସେବନ କରିଲେ କି ପ୍ରକାର ରୋଗ ଓ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ଏବଂ ଯେତେ ମାଦକ ଦ୍ରବ୍ୟ ଅଛି ତାହାକୁ କିପରି ଆମେ ଦୁରେଇବା ସେହି ବିଷୟରେ ଆଲୋଚନା କରିଥିଲେ। ଗ୍ରାମର ସମସ୍ତ ବ୍ୟକ୍ତି ଙ୍କୁ ଦୁରେଇ ରଖିବାକୁ ସମସ୍ତେ ପ୍ରତିଶୃତି ବଦ୍ଧ ହୋଇଥିଲେ। ଶେଷରେ ଗ୍ରାମ ରେ ତମାଖୁ ନିରୋଧ ଦିବସ ପାଇଁ ଏକ ସଚେତନତା ରାଲି ଆୟୋଜିତ କରାଯାଇଥିଲା। କେନ୍ଦ୍ର ର ପ୍ରକଳ୍ପ ସହାୟିକା ଜୁଲି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।