ତାମିଲନାଡୁର ପୂର୍ବତନ ବିଜେପି ସଭାପତି K. Annamalai ଗଢ଼ି ପାରନ୍ତି ନୂଆ ଦଳ ?
ତାମିଲନାଡୁର ପୂର୍ବତନ ବିଜେପି ସଭାପତି କେ. ଆନ୍ନାମଲାଇ ଦଳ ଛାଡ଼ିବାର ସମ୍ଭାବନା ରହିଛି । ସେ ବିଜେପି ଛାଡ଼ି ନିଜର ଏକ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି ।ଗତ ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କ ସମର୍ଥକମାନେ ଏହି ଦାବି କରୁଥିବା ବେଳେ, ଏହା ବିଜେପି ପାଇଁ ଏକ ଶକ୍ତ ଝଟକା ହୋଇପାରେ । ସୋସିଆଲ ମିଡିଆରେ ନୂଆ ଦଳର ନାଁ ଓ ପତାକାକୁ ନେଇ ଚର୍ଚ୍ଚା ଲାଗିରହିଛି ।ଏପରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଚଳିତ ଜୁନ୍ ମାସରେ ହିଁ ସେ ନିଜର ନୂଆ ଦଳ ବିଷୟରେ ଆନୁଷ୍ଠାନିକ ଘୋଷଣା କରିପାରନ୍ତି।ଆନ୍ନାମଲାଇଙ୍କ କିଛି କାର୍ଯ୍ୟକଳାପ ଏହି ଗୁଜବକୁ ଆହୁରି ଖୋରାକ ଯୋଗାଇଛି । ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ‘ତ୍ରି-ଭାଷା ନୀତି’ (Three-Language Policy) ଲାଗୁ କରିବାକୁ ସିବିଏସଇ (CBSE) ନେଇଥିବା ନିଷ୍ପତ୍ତିକୁ ଆନ୍ନାମଲାଇ ସମାଲୋଚନା କରିଛନ୍ତି । ଏହା ବିଜେପିର ଆଭିମୁଖ୍ୟଠାରୁ ଭିନ୍ନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ କୁ ନେଇ ସେ ନିଜ ଆଡ଼ୁ କୌଣସି ପୋଷ୍ଟ କରିନାହାନ୍ତି। କେବଳ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍କୁ ସେ ରିଶେୟାର୍ (Reshare) କରିଛନ୍ତି, ଯାହାକୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଭିନ୍ନ ଚର୍ଚ୍ଚା ପ୍ରକାଶ ପାଇଛି ।