ସମ୍ପନ୍ନ ହେଲା ଲଗ୍ନ ଧରା କାଯ୍ୟ ଆସନ୍ତା ୧୮ତାରିଖରେ ପାଳନ ହେବ ଶିବ ବିବାହ ଉତ୍ସବ

ଗଣିଆ (:ବିଶ୍ୱରଂଜନ ସେଠି ) ଶିବ ବିବାହ ପାଇଁ ସରିଲା ଲଗ୍ନ ଧରା କାର‌୍ୟ୍ୟ। ଚଳିତ ଜୁନ ମାସ ୧୮ତାରିଖରେ ଗଣିଆ ସ୍ଥିତ ଲିଙ୍ଗରାଜ ମହାଦେବଙ୍କ ପୀଠରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଶିବ ବିବାହ ଉତ୍ସବ । ଏଥିପାଇଁ ସୋମବାର ଦିନ ବରକର୍ତ୍ତା ଓ କର୍ତ୍ତୀ ଜିତେନ୍ଦ୍ର କୁମାର ସାହୁ ଓ ବିଷ୍ନୁପ୍ରିୟା ସାହୁଙ୍କ ଘରୁ ଲଗ୍ନ ଥାଳି ବାହାରି କନ୍ୟା କର୍ତ୍ତା ଓ କର୍ତ୍ତୀ ସରୋଜ କୁମାର ସାହୁ ଓ ରା଼ଞ୍ଜୁଲତା ସାହୁଙ୍କ ଘରେ ଲଗ୍ନ ଚିତାଉ ପଠନ କରାଯିବା ସହ ଗୁଆ ମଙ୍ଗୁଳା କାର‌୍ୟ୍ୟ ସମ୍ପନ୍ନ ହୋଇଥିଲା ।ପରେ କନ୍ୟା କର୍ତ୍ତାଙ୍କ ଘରେ ସାତ ଜଣ ମହିଳା ଗୁଆ ମଙ୍ଗୁଳା କାଯ୍ୟ ସମ୍ପନ୍ନ କରିଥିଲେ । ପରେ ସେହି ଲଗ୍ନ ଚିତାଉ ଦେବ ଦେବ ଲିଙ୍ଗରାଜ ମହାଦେବଙ୍କ କର୍ତାଙ୍କ ଘରେ ପଠନ କରାଯାଇଥିଲା । ପରେ ପୂଜକ ବିଜୟ କୁମାର ପଣ୍ଡା ଓ ବିଶ୍ୱେଶ୍ୱର ମିଶ୍ର ପୂଜାର୍ଚନା ପରେ ଏହି ସବୁ କାଯ୍ୟ ରୀତିନୀତି ଅନୁସାରେ ଶେଷ କରାଯାଇଥିଲା । ଏହି ଲଗ୍ନ ଧରା କାଯ୍ୟକୁ ବହୁ ଭକ୍ତ ଭକ୍ତିର ସହ ଦର୍ଶନ କରିଥିଲେ।
ତେବେ ଭାଗ୍ୟରେ ଥିଲେ ଦେବ ଦେବ ମହାଦେବ ଓ ପାର୍ବତୀଙ୍କ କର୍ତା ହେବାର ସୌଭାଗ୍ୟ ମିଳେ ବୋଲି ଉଭୟ କର୍ତା ପ୍ରକାଶ କରିଛନ୍ତି । ତେବେ ଚଳିତ ବର୍ଷ ବେଶ ଯାକ ଯମକରେ ଲିଙ୍ଗରାଜଙ୍କ ପୀଠରେ ଶିବ ବିବାହ ଉତ୍ସବ ସମ୍ପନ୍ନ ହେବ । ଏବେଠୁ ମନ୍ଦିର ପ୍ରଶାସନ ଟ୍ରଷ୍ଟିର ସଭାପତି ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଓ ଚରଣ ସାହୁ,ସମ୍ପାଦକ ପ୍ରଭାତ କୁମାର ଦାସ ଓ ସରୋଜ କୁମାର ଦାସଙ୍କ ସମେତ ମଦିର ସେବାୟତ ମାନେ ତତ୍ପର ହେବାରେ ଲାଗିଛନ୍ତି ।