ପ୍ରଧାନମନ୍ତ୍ରୀଙ୍କ ଜନ୍ମଜୟନ୍ତୀ ଅବସରରେ ଗଣିଆ ବିଜେପି ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ଶୁଭାରମ୍ଭ
ଗଣିଆ (ବିଶ୍ୱରଂଜନ ସେଠି ): ପବିତ୍ର ବିଶ୍ୱକର୍ମା ପୂଜା ତଥା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଜୟନ୍ତୀ ଅବସରରେ ବିଜେପି ଗଣିଆ ମଣ୍ଡଳ ତରଫରୁ ବ୍ୟାପକ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ଆଜି ଗଣିଆସ୍ଥିତ ପ୍ରଭୁ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଶ୍ରଦ୍ଧାପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।ଏହି ସେବା ସଂକଳ୍ପ ଅଭିଯାନ ଆଜି ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଅନୁଷ୍ଠିତ ହେବ।

ଏହି ମାସବ୍ୟାପୀ ଅଭିଯାନରେବୃକ୍ଷରୋପଣ ଓ ପରିବେଶ ସୁରକ୍ଷାସ୍ୱଚ୍ଛତା କାର୍ଯ୍ୟକ୍ରମରକ୍ତଦାନ ଶିବିରରୋଗୀ ଓ ବରିଷ୍ଠ ନାଗରିକଙ୍କ ସେବାଗୋ-ସେବା ତଥା ଅସହାୟ ଲୋକଙ୍କୁ ସହାୟତାଯୋଗ ଶିବିର ଭଳି ବିଭିନ୍ନ ଲୋକହିତକର ସାମାଜିକ କାର୍ଯ୍ୟକ୍ରମ ସାରା ମଣ୍ଡଳରେ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଆଜିର ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି କାଯ୍ୟକ୍ରମରେ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଚକ୍ରଧର ସେଠି, ନୟାଗଡ଼ ଜିଲ୍ଲା ଉପସଭାପତି ଚନ୍ଦ୍ରଶେଖର ଦାସ, ଗଣିଆ ସରପଞ୍ଚ ତଥା ଗଣିଆ ପଞ୍ଚାୟତ ପ୍ରମୁଖ ଗିରିଧାରୀ ସେଠି, ବ୍ଲକ ଉପସଭାପତି ଭାଗିରଥି ଗଡ଼ନାୟକ, ବ୍ଲକ ମହିଳା ମୋର୍ଚ୍ଚା ସଭାପତି ରଞ୍ଜୁବାଳା ପଣ୍ଡା, ବରିଷ୍ଠ ବିଜେପି ନେତା ଶୁଭ୍ରଜିତ ପଣ୍ଡା, ରମେଶ ମିଶ୍ରଙ୍କ ସମେତ ଦଳର ବହୁ ପ୍ରମୁଖ କର୍ମକର୍ତ୍ତା ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ପ୍ରଦୀପ ପ୍ରଜ୍ଜଳନ କରି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପ ନେଇଥିଲେ ।