ସିଙ୍ଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର ତା =17/9/26ବାଲିକୁଦା ବ୍ଲକ ମୁଳୁଗାଁ ପଞ୍ଚାୟତ ସ୍ଥିତ ସିଙ୍ଗିରି ଉଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥିଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷରୋପଣ କରି ସାରିବା ପରେ ସାଧାରଣ ସଭା ର ଆୟୋଜନ କରାଯାଇଥିଲା | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ | ବିଦ୍ୟାଳୟ ର ସହକାରୀ ଶିକ୍ଷକ ସୌଭାଗ୍ୟ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅର୍ପଣ କରିଥିଲେ | ମୁଖ୍ୟ ବକ୍ତା ସମାଜସେବୀ ଅଲିଖ ଚନ୍ଦ୍ର ସ୍ୱାଇଁ |

ସଂମ୍ମାନିତ ଅତିଥିଭାବେ ସରପଞ୍ଚ ଦଧିବାମନ ମଲ୍ଲିକ | ଶିକ୍ଷାବିତ ହୃଷିକେଶ ଚଇନି | ସାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଅଜୟ କୁମାର ମୁଦୁଲି | ପୂର୍ବତନ ପ୍ରଧାନଶିକ୍ଷକ ଧନେଶ୍ୱର ରାଉତ | ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲଳିତ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷ ର ଆବଶ୍ୟକତା ରହିଛି ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ