ବ୍ଳକସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ଗଣିଆ୧୭.୦୯(ବିଶ୍ୱରଂଜନ ସେଠି ) ଗୁରୁବାର ପୂର୍ବାହ୍ନରେ ପିଏମ ଶ୍ରୀ ନୋଡାଲ ବିଦ୍ୟାପୀଠ, ଗଣିଆ ଖେଳପଡ଼ିଆରେ ବ୍ଳକସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଗଣିଆ ସରପଂଚ ଗିରିଧାରୀ ସେଠୀ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିବାବେଳେ ସମ୍ମାନିତ ଅତିଥିଭାବେ ସମିତିସଭ୍ୟ ଫକୀର ମୋହନ ଡାକୁଆ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ବିଦ୍ୟାଳୟ ପରିଚଳାନା କମିଟି ସଭାପତି ସୁଧାଂଶୁ କୁମାର ଗଣ୍ଠିଆ ଯୋଗଦାନ କରିଥିଲେ । ସମସ୍ତ ପ୍ରତିଯୋଗୀମାନେ ବନ୍ଧୁତ୍ୱପୁର୍ଣ୍ଣଭାବେ ଖେଳରେ ଅଂଶଗ୍ରହଣ କରିବା ସହିତ ଖେଳକୁ ଉପଭୋଗ କରିବାକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସେଠୀ ପରାମର୍ଶ ଦେଇଥିଲେ ।

ପ୍ରତ୍ୟେକ ପ୍ରତୀଯୋଗୀ ନିଜ ନି ମଧ୍ୟରେ ସହଯୋଗ, ଭାଇଚାରା ଓ କ୍ରୀଡ଼ାସୁଲଭ ମନୋଭାବ ନେଇ ଖେଳିବା ପାଇଁ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ଉପଦେଶ ଦେଇଥିଲେ । ଏହି ପ୍ରତିଯୋଗିତା ତିନିଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା ୧୯ତାରିଖରେ ଉଦଯାପିତ ହେବ । ଆଜିର ପ୍ରତିଯୋଗିତାରେ ବ୍ଳକର ୪ଗୋଟି ଜୋନର ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ । ଆଜିର ଦିନରେ କବାଡ଼ି, ଖୋଖୋ, ଓ ବ୍ୟାଡମିଂଟନ ଖେଳ ପ୍ରତିଯୋଗିତା କରାଯାଇଥିଲା । ଖେଳ ଶିକ୍ଷକ ବିକାଶ କୁମାର ମଲ୍ଳ ଓ ବିଶ୍ୱରଂଜନ ସାହୁ , କୁମୁଦିନୀ ଦେଇ ନିରଜଂନ ମହାରଣା, ସୁରେନ୍ଦ୍ର ପୃଷ୍ଟି, ଶୁଭ୍ରଦର୍ଶନ ପଣ୍ଡା ପରିଚାଳନା କରିଥିଲେ ।