ଫିଲ୍ମ କାନ୍ତାରା ଚାପ୍ଟର-୧ ର ଦମଦାର ଝଲକ ଦେଖି ଦର୍ଶକ ତାଯୁବ

‘କାନ୍ତାରା- ଏ ଲିଜେଣ୍ଡ’ ଗତ ବର୍ଷ କମାଲ୍‌ କରିଥିଲା, ଆଉ ଏବେ ହୋମ୍ବଲେ ଫିଲ୍ମ୍‌ସ ପୁଣି ଫେରିଛି ଆଉ ଏକ ଜବରଦସ୍ତ ଚଳଚ୍ଚିତ୍ର ‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’ ସହ। ନିକଟରେ ଫିଲ୍ମର ଏକ ଝଲକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲାଗୁଛି ଏହା ବେଶ୍‌ ରୋମାଞ୍ଚକର ଓ ଖାସ୍‌ ହେବାକୁ ଯାଉଛି। ଏହି ଟିଜରରେ ଅଭିନେତା ତଥା ନିର୍ଦ୍ଦେଶକ ରିଷବ ଶେଟ୍ଟୀଙ୍କୁ ଏକ ଭୟଙ୍କର ଏବଂ ଆକର୍ଷଣୀୟ ରୂପରେ ଦର୍ଶାଯାଇଛି।ରିଷବଙ୍କୁ ଭୟଭୀତ ଜଙ୍ଗଲରେ ଦୌଡୁଥିବା ଦେଖାଯିବା ସହିତ ଟିଜର ଆରମ୍ଭ ହୁଏ। ବ୍ୟାକ୍‌ଗ୍ରାଉଣ୍ଡରେ ଏକ ଭୟଙ୍କର ସଙ୍ଗୀତ ମଧ୍ୟ ଶୁଣାଯାଏ। ଏହି ଦିନଠାରୁ ଫିଲ୍ମର ସୁଟିଂ ଆରମ୍ଭ ହେବ|ଟିଜର ଭିଡିଓ ଦେଖି ଏହା କହିହେବ ଯେ, କେଜିଏଫ ଓ ବାହୁବଳି ଭଳି ଚଳଚ୍ଚିତ୍ରକୁ ଜୋରଦାର ଟକ୍କର ଦେବ ‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’। ଟିଜର ଭିଡିଓ ରିଲିଜ୍‌ ହେଉ ହେଉ ଖୁବ୍‌ କମ୍‌ ସମୟ ମଧ୍ୟରେ ବହୁ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଛି।

ଦର୍ଶକ ଏହାକୁ ଦେଖି ବେଶ୍‌ ଭଲ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି।ଗତ ବର୍ଷ ଫିଲ୍ମ ‘କାନ୍ତାରା’ବିଶ୍ୱ ସ୍ତରରେ ଏକ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଚଳଚ୍ଚିତ୍ରର କାହାଣୀ ଏବଂ ଅଭିନେତାଙ୍କ ଅଭିନୟ ଦର୍ଶକଙ୍କୁ ପାଗଳ କରିଦେଇଥିଲା ।ବର୍ତ୍ତମାନ ପ୍ରଥମ ଭାଗ ପରେ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ପରବର୍ତ୍ତୀ ଭାଗକୁ ଅପେକ୍ଷା କରିଛନ୍ତି ।ଆସନ୍ତା ବର୍ଷ ହିନ୍ଦୀ ଏବଂ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ, ଇଂରାଜୀ ଏବଂ ବଙ୍ଗଳା ସମେତ ୭ଟି ଭାଷାରେ ‘କାନ୍ତାରା ଚାପ୍ଟର ୧’ ରିଲିଜ ହେବ।ଡିସେମ୍ବର ଶେଷ ଭାଗରେ ଫିଲ୍ମର ଶୁଟିଂ ଆରମ୍ଭ ହେବ। ତେବେ ଚଳଚ୍ଚିତ୍ରର କଳାକାରଙ୍କୁ ନେଇ ବର୍ତ୍ତମାନସୁଦ୍ଧା ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ, କିନ୍ତୁ ଏହାର ପ୍ରଥମ ଝଲକ୍‌ ଲୋକଙ୍କ ଉତ୍କଣ୍ଠାକୁ ଦୁଇ ଗୁଣା କରିବାକୁ ଯଥେଷ୍ଟ।

Leave a comment