ବଢ଼ିପାରେ ଖରାଛୁଟିର ଅବଧି- ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ବଢ଼ିପାରେ ଖରାଛୁଟିର ଅବଧି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ଖରା ଯଦି ନ କମେ ତାହାଲେ ଖରା ଛୁଟି ବଢ଼ିପାରେ । ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି ସେ କହିଛନ୍ତି । ସୂଚନାମୁତାବକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୭ରୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଥିଲା। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିଲେ। ଏହି ଛୁଟି ଜୁନ୍ ୨୨ ପର୍ଯ୍ୟନ୍ତ ଥିଲା।