ବଲାଙ୍ଗିର ସହରରେ ଲକ୍ଷଲକ୍ଷ ଟଙ୍କାର ଦେହ କାରବାର !୯ ଦେହଜୀବୀ ଉଦ୍ଧାର
ବଲାଙ୍ଗିର ସହରରେ ଲକ୍ଷଲକ୍ଷ ଟଙ୍କାର ଦେହ କାରବାର ଚାଲିଛି । ଗତକାଲି ଗଞ୍ଜେଇ ମାମଲାରେ ତଦନ୍ତ କରୁଥିବା ସମୟରେ ପୁଲିସ ଏହି ସେକ୍ସ ରାକେଟ ସମ୍ପର୍କରେ ଜାଣିବାକୁ ପାଇଥିଲା ।ଟାଉନ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ଅଞ୍ଚଳର ଏକ ହୋଟେଲରୁ ଯାଞ୍ଚ କରିବାରୁ ରୁମ ନମ୍ବର ୧୦୩ ଏବଂ ୧୦୬ରେ ଅସଂଯତ ଅବସ୍ଥାରେ କେତେକ ଯୁବକଯୁବତୀଙ୍କୁ ପାଇଥିଲା । ସେଠାରେ ପଚରାଉଚୁରା କରିବାରୁ ହୋଟେଲ ରୁମରେ ଦେହ ବେପାର ଚାଲିଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପୁଲିସ ବେଆଇନ କାର୍ଯ୍ୟ ଅଭିଯୋଗରେ ମୁଖ୍ୟ ଦଲାଲ ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ଗୀତାଞ୍ଜଳି ବାଗ, ବଲାଙ୍ଗିର ସହରର ସହନବାଜ ଅବଦୁଲ୍ଲା, ସୁରେଶ ସାହୁ, ଜଗମୋହନ ବେରିଆ, ତୁଷୁରା ଥାନା ଅଞ୍ଚଳର ନବଘନ ସୁନା, ଦେଓଗାଁ ଥାନା ଅଞ୍ଚଳର ସୁଦର୍ଶନ ବେହେରା ରହିଛନ୍ତି । ସେହିପରି ଲକ୍ଷ୍ମୀଯୋର ଥାନା ଅଞ୍ଚଳର ଆଲୋକ ନଗର ନିକଟରେ ଏକ ଭଡ଼ାଘରୁ ମଧ୍ୟ ସେକ୍ସ ରାକେଟ ଠାବ କରାଯାଇଛି । ପୁଲିସ ଯାଞ୍ଚ ସମୟରେ ପୁଲିସ ଅସଂଯତ ଅବସ୍ଥାରେ ୩ ଯୁବକ ଏବଂ ୩ ଯୁବତୀଙ୍କୁ ପାଇଥିଲା । ଏହାପରେ ପୁଲିସ ଆଶିଷ କୁମ୍ଭାର, ଶ୍ରୀକାନ୍ତ ସୁନା, ଅମୂଲ୍ୟ ମଲ୍ଲିକ ଏବଂ ସ୍ୱର୍ଣ୍ଣଲତା ମଲ୍ଲିକଙ୍କ ସହ ଦୁଇଯୁବତୀଙ୍କୁ ଅଟକ ରଖିଥିଲା । ଏହି ମାମଲାରେ ସ୍ୱାମୀ ସ୍ତ୍ରୀ ଅମୂଲ୍ୟ ମଲ୍ଲିକ ଏବଂ ସ୍ୱର୍ଣ୍ଣଲତା ଭଡ଼ାଘରେ ମୟୂରଭଞ୍ଜ ଏବଂ କଲିକତାରୁ ଯୁବତୀ ଆଣି ଏଭଳି ବେପାର ଚଳାଇଥିବାରୁ ସେମାନେ ହିଁ କିଙ୍ଗପିନ ଥିବା ପୁଲିସ କହିଛି । ତେବେ ଉଭୟ ମାମଲାରେ ପୁଲିସ ୯ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ୭ଜଣଙ୍କୁ ଗିରଫ କରିଛି । ଯେଉଁଥିରୁ ପ୍ରଥମ ମାମଲାରେ ଗୀତା ବାଗ ଏବଂ ଦ୍ୱିତୀୟ ମାମଲାରେ ଅମୂଲ୍ୟ ମଲ୍ଲିକ ଏବଂ ସ୍ୱର୍ଣ୍ଣଲତା ମୁଖ୍ୟ କାର୍ପଟଦାର ଅଟନ୍ତି ।
ରେଲୱେ ଷ୍ଟେସନ ଅଞ୍ଚଳରୁ ପୁଲିସ ଗୀତା ବାଗ ନାମକ ଜଣେ ମଧ୍ୟସ୍ଥିକୁ ଗିରଫ କରିଛି । ଯିଏ ଦୀର୍ଘଦିନ ଧରି ଏହି ବେପାର ଚଳାଇଆସୁଥିବା ସୂଚନା ରହିଛି । ତା’ବିରୁଦ୍ଧରେ ଦୀର୍ଘଦିନରୁ ଏକ ପୋକ୍ସୋ ମାମଲା ଥିଲା । ହେଲେ ପୁଲିସ ତାକୁ ଖୋଜିପାରୁନଥିଲା ଏବଂ ସେ ଫେରାର ଥିଲା ବୋଲି ପୁଲିସ କହିଛି । ଅଥଚ ସେ ଖୋଲାଖୋଲି ସହର ଭିତରେ ସେହି ଦେହ ବେପାର ହିଁ ଚଳାଇଆସୁଥିଲା । ଗତକାଲି ନିଜେ ଏସପିଙ୍କ ଉଦ୍ୟମରେ ସେ ଧରାପଡ଼ିବା ପରେ ଗିରଫ ହୋଇଛି ।