ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର ୨’ ଟ୍ରେଲର ଆଉଟ୍

ହ୍ରିତ୍ବିକ ରୋଶନ ,ଜୁନିୟର ଏନଟିଆର ଏବଂ କିଆରା ଆଡଭାନୀ ଅଭିନୀତ ୱାର ୨ ର ବହୁ ପ୍ରତିକ୍ଷୀତ ଟ୍ରେଲର ରିଲିଜ୍ ହୋଇଛି । ଯେଉଁ ସମୟରୁ ଏହାର ଟ୍ରେଲର ରିଲିଜ ହୋଇଛି ସେହି ସମୟରେ ହିଁ ଇଣ୍ଟରନେଟରେ ଏହା ଖୁବ ଲୋକପ୍ରିୟତା ହାସଲ କରିଛି ।ଏହାକୁ ଲୋକେ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାର ସହ ଅପେକ୍ଷା କରିଛନ୍ତି ।

ତେବେ ଏହି ଫିଲ୍ମ ମାଧ୍ୟମରେ ଜୁନିଅର ଏନଟିଆର ବଲିଉଡରେ ଡେବ୍ୟୁ କରୁଛନ୍ତି । ଟ୍ରେଲରରେ ତାଙ୍କର ଷ୍ଟାଇଲ୍ ଏବଂ ଚରିତ୍ର ଦେଖି ଲାଗୁଛି ଯେ ‘ୱାର ୨’ ଜୁନିଅର ଏନଟିଆରଙ୍କ ପାଇଁ ବଲିଉଡରେ ଆରମ୍ଭ କରିବା ପାଇଁ ଏକ ଭଲ ବିକଳ୍ପ । ‘ୱାର ୨’ ‘ୱାର’ର ଏକ ସିକ୍ୱେଲ ଅଟେ । ପ୍ରଥମ ‘ୱାର’ ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । କିନ୍ତୁ ‘ୱାର ୨’ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି ଏବଂ YRF ଦ୍ୱାରା ନିର୍ମିତ ହେଉଛି । ‘ୱାର ୨’ ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ ।ଟ୍ରେଲରରୁ ଜଣାପଡ଼ୁଛି ଫିଲ୍ମରେ କିଆରାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମ ଅଗଷ୍ଟ ୧୪ରେ ରିଲିଜ ହେବ । ଏହି ଫିଲ୍ମଟି ହିନ୍ଦୀ,ତେଲୁଗୁ,ଏବଂ ତାମିଲ ଭାଷାରେ ଦେଖିବାକୁ ପାଇବେ ସିନେପ୍ରେମୀ ।