ବିଧାନସଭା ସମ୍ମୁଖରେ ଧାରଣାରେ ପ୍ରଯୋଜିକା ସନଲିଶା ପଟେଲ
ଓଡ଼ିଆ ଫିଲ୍ମ ର ଦୁର୍ଦଶା ଯେ ବିଧାନସଭା ସମ୍ମୁଖରେ ଧାରଣା ଦେଲେ ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ । ଓଡ଼ିଆ ଫିଲ୍ମକୁ ବଞ୍ଚାଅ ଦାବିରେ ସେ ଏବେ ଧାରଣାରେ ବସିଛନ୍ତି । ଲୋୟର ପିଏମ୍ଜିସ୍ଥିତ ଧାରଣା ସ୍ଥଳରେ ସକାଳ ସାଢ଼େ ୧୦ଟାରୁ ସେ ଧାରଣା ଦେବା ଆରମ୍ଭ କରିଛନ୍ତି। ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ସେ ଗଣମାଧ୍ୟମ କୁ କହିଛନ୍ତି। ଧାରଣ ସହ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ମଧ୍ୟ ରଖିଛନ୍ତି। ସେ କହିଛନ୍ତି, ପ୍ରତି ଓଡ଼ିଆ ଫିଲ୍ମ ବଞ୍ଚାଅ। ୫ଟି ଦାବି ହେଲା ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ। ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ, ଏହା ସହ ସମସ୍ତଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ।ଏହାସହ ସମସ୍ତଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ ।
ଯେପରି କେହି ଅନ୍ଲାଇନ୍ ହେଉ କି ଅଫ୍ଲାଇନ୍ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ ଏବଂ ସେଥିରୁ ନିବୃତ୍ତ ରହିବେ । ଏହାସହ ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ସହାୟତା ଦିଆଯାଉ । ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲେ କିନ୍ତୁ ତାଙ୍କୁ ନ୍ୟାୟ ମିଳିଲାନି ବୋଲି ସେ କହିଛନ୍ତି । ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଲେ ବୋଲି ସେ କହିଛନ୍ତି ।