ଭଗବାନ ରାମଙ୍କ ସହ ମୋଦିଙ୍କୁ କଲେ ତୁଳନା

ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା ଏବଂ ଛତିଶଗଡ ୨୦୨୩ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଭାଜପା ବିଜୟ ହୋଇଛି। ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହେଲେ ସେପଟେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବିଜେପିକୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି।ତିନୋଟି ରାଜ୍ୟରେ ଭାଜପାର ବିଜୟ ଉତ୍ସବ ପାଳନ କରି କଙ୍ଗନା ରାନାୱତ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଶେୟାର କରିଛନ୍ତି। ସେ ହିନ୍ଦୀରେ ଫଟୋ ସହିତ ‘ଭଗବାନ ରାମ ଆସିଗଲେ’ ବୋଲି ଲେଖିଛନ୍ତି। ଏହା ସହିତ ଅଭିନେତ୍ରୀ ହ୍ୟାସଟ୍ୟାଗ ନିର୍ବାଚନ ଫଳାଫଳକୁ ମଧ୍ୟ ବ୍ୟବହାର କରିଛନ୍ତି। ଆଉ ଏହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ ମଧ୍ୟ କରିବା ସହ କହଛନ୍ତି ଯେ, ସେ ହିନ୍ଦୁଙ୍କୁ ଭଗବାନଙ୍କ ସହ ତୁଳନା କରୁଛନ୍ତି।

ଯାହାପରେ କଙ୍ଗନା ଆଉ ଏକ ଟ୍ବିଟ୍‌ କରି ସଫେଇ ମଧ୍ୟ ଦେଇଛନ୍ତି।ପ୍ରକୃତରେ ଏକ୍ସରେ କଙ୍ଗନାଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖି ଜଣେ ୟୁଜର ଲେଖିଛନ୍ତି ‘ଆପଣ ସତରେ ହିନ୍ଦୁ ଭଗବାନଙ୍କ ତୁଳନା କରୁଛନ୍ତି… କ’ଣ ହିନ୍ଦୁ ଧର୍ମରେ ଏହାର ଅନୁମତି ରହିଛି ?’’ ଏହା ଉପରେ କଙ୍ଗନା କହିଛନ୍ତି ‘‘ହଁ ଏହାର ଅନୁମତି ରହିଛି। ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ଯିଏ ମୋର ଭକ୍ତ ମୋ ଠାରେ ଲୀନ ସେ ହିଁ ମୁଁ, ଭକ୍ତ ଏବଂ ମୋ ଭିତରେ କୌଣସି ପାର୍ଥକ୍ୟ ନାହିଁ।’’ ସେ ଆହୁରି ଲେଖିଛନ୍ତି ଯେ, ‘ମୋ କହିବାର ଅର୍ଥ, ଅଯୋଧ୍ୟାରେ ମୋଦୀ, ରାମଙ୍କୁ ଆଣିଛନ୍ତି ଆଉ ଜନତା ତାଙ୍କୁ ଆଣିଛନ୍ତି… କିନ୍ତୁ ଆପଣ ଯାହା ବୁଝିଛନ୍ତି ତାହାବି ଭୁଲ୍‌ ନୁହେଁ।’’

Leave a comment