ଭିକିଙ୍କ ଫିଲ୍ମ ଦେଖି ଇମ୍ପ୍ରେସ୍‌ ହେଲେ ସଚିନ୍‌ ତେନ୍ଦୁଲକର, ଆଉ କହିଲେ ଏମିତି କଥା …

ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ନିର୍ମିତ ମୁଭି କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି। ଦର୍ଶକେ ଏହି ମୁଭିକୁ ବହୁତ ପସନ୍ଦ କରୁଛନ୍ତି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ଆଧାରିତ ଏହି ଫିଲ୍ମର ନାମ ‘ସାମ ବାହାଦୂର’ ହୋଇଥିବାବେଳେ ଅଭିନେତା ଭିକି କୌଶଲ ସାମ ମାନେକ୍ସାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।  ଏହି ସିନେମା ଡିସେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା। ଭିକି ଏହି ଚଳଚ୍ଚିତ୍ର ପାଇଁ ବହୁତ ପରିଶ୍ରମ କରିଛନ୍ତି। ଏହି ସମୟରେ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳିଙ୍କ ସହିତ ଏହି ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ପହଞ୍ଚିଥିଲେ। ସଚିନ ତେନ୍ଦୁଲକର ସୋସିଆଲ ମେଡିଆ ଫଟୋ କ୍ୟାପସନରେ ଲେଖିଛନ୍ତି – ସାମ ବାହାଦୂର ଏକ ମହାନ ଫିଲ୍ମ … ସମସ୍ତେ ଏହି ଫିଲ୍ମ ଦେଖିବା ଉଚିତ।

ସମସ୍ତ ପିଢିର ଦର୍ଶକମାନେ ସାମ ବାହାଦୂର ଦେଖିବା ପରେ ନିଜ ଦେଶର ଇତିହାସକୁ ଭଲ ଭାବରେ ବୁଝିପାରିବେ। ଆପଣ ମଧ୍ୟ ଜାଣିବେ ଯେ ସାମ ମାନେକ୍ସା କିପରି ନିଜ ଜୀବନକୁ ବଳିଦାନ ଦେଇଛନ୍ତି।ଏହି ଫଟୋକୁ ଭିକି ସେୟାର କରି ଲେଖିଛନ୍ତି, ‘ମୋର ପିଲାଦିନର ହିରୋ ଆଜି ମୋ ସିନେମା ଦେଖିଛନ୍ତି। ଆପଣ ମୋ ଅଭିନୟ ଦେଖି କରିଥିବା ପ୍ରଶଂସା ସବୁଦିନ ପାଇଁ ମନେ ରହିବ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।

Leave a comment