ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବଦଳି ଦାବୀ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ l
ଚନ୍ଦାହାଣ୍ଡି – ତା ୧୬/୦୬( ) ଅନକାବେଡା ଉପସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅନକାବେଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ଅନ୍ୟତ୍ର ବଦଳି ପାଇଁ ଅଭିଯୋଗ ଆଣିଛନ୍ତି ଅନକାବେଡା ଉପସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଜନସାଧାରଣ l ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ପ୍ରକୋଷ୍ଠକୁ ମହିଳା ସ୍ୱାସ୍ଥ୍ୟକର୍ମୀ ଟୁନିଲତା ଦାସଙ୍କ ବଦଳି ପାଇଁ ଲୋକେ ଆସି ତୁରନ୍ତ ଅନକାବେଡା ଉପସ୍ୱାସ୍ଥ୍ୟ କେନ୍ଦ୍ରରୁ ବ୍ଲକ ବାହ୍ୟ ଅଞ୍ଚଳକୁ ବଦଳି ପାଇଁ ଦୃଢ଼ ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଥିଲା l ତେବେ ସୂଚନା ଅନୁଯାୟୀ ମହିଳା ସ୍ୱାସ୍ଥ୍ୟକର୍ମୀ ଟୁନିଲତା ଦାସ ଦୀର୍ଘ ବତିଶୀ ବର୍ଷରୁ ଅଧିକ ସମୟ ହେବ ଅନକାବେଡା ଉପାସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନରେ ରହି ଆସୁଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ସେବା ଓ ବ୍ୟବହାର ଉପରେ ସାଧାରଣ ଜନତା ଅସନ୍ତୁଷ୍ଟ ରହି ଆସୁଥିବା ବେଳେ ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ଆଣି ନୟାନ୍ତ ହୋଇ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ l ଅଭିଯୋଗରେ ନିଶୁଳ୍କ ସରକାରୀ ସେବା ଯୋଗାଣ ରେ ଅନିୟମିତତା ଓ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଜନସାଧାରଣ ଉଚିତ ସେବା ପ୍ରାପ୍ତ ରୁ ଅତିଷ୍ଟ ହୋଇ ତାଙ୍କୁ ତୁରନ୍ତ ଚନ୍ଦାହାଣ୍ଡି ବ୍ଲକରୁ ଅନ୍ୟ ବ୍ଲକ ଅଞ୍ଚଳକୁ ବଦଳି ପାଇଁ ଦାବୀ ଜଣାଇଥିବା ଦେଖିବାକୁ ମିଳିଛି l ତେବେ ଆଜି ଅତିରିକ୍ତ ଜିଲ୍ଲାପାଳ ତୁରନ୍ତ ଏ ବାବଦରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ତେବେ ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଚନ୍ଦାହାଣ୍ଡି ମନୀଷ ପୁରୋହିତ ତିନିଦିନ ମଧ୍ୟରେ ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦାଖଲ କରିବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଉପସ୍ୱାସ୍ଥ୍ୟ କେନ୍ଦ୍ର ଅଧିବାସୀ ଟୁନିଲତା ଦାସ ଙ୍କୁ ଶୀଘ୍ର ବଦଳି କରିବା ନେଇ ଜୋର ଦାବୀ ରଖିଥିବା ଦେଖିବାକୁ ମିଳିଥିଲା l ତେବେ ପ୍ରଶାସନ ଏ ଦିଗରେ କଅଣ ପଦକ୍ଷେପ ନେଇ ଟୁନିଲତା ଦାସ ଙ୍କୁ ଅନ୍ୟତ୍ର ବଦଳି କରୁଛି ତାହା ଦେଖିବାକୁ ବାକି ରହିଲା l