ସମ୍ବଲପୁରରେ ଶୀତଳଷଷ୍ଠୀ। ଆଜି ମହାଦେବ-ମାଆ ପାର୍ବତୀଙ୍କ ବିବାହ ଉତ୍ସବ
ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ପରିବେଶ । ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପବିତ୍ର ବିବାହ ମହୋତ୍ସବ ଅନୁଷ୍ଠିତ ହେଉଛି ।ଭବ୍ୟ ବରଯାତ୍ରା, ଲୋକନୃତ୍ୟ, ରୋଷଣୀ ଓ ବାଜାର ତାଳେ ତାଳେ ଝୁମିବ ସମ୍ବଲପୁର। ଆଜି ରାତିରେ ସମ୍ବଲପୁରର ବିଭିନ୍ନ ଶିବାଳୟରୁ ବର ବେଶରେ ସଜ୍ଜିତ ହୋଇ ବାହାରିବେ ଭୋଲାବାବା। ବନ୍ଦାପଣା ଓ ଆଳତି ପରେ ସ୍ୱର୍ଣ୍ଣ ଓ ରୂପା ଅଳଙ୍କାରରେ ଭୂଷିତ ହୋଇ ବିମାନ ବିରାଜମାନ କରିବେ ମହାଦେବ। କଳାକାରଙ୍କ ଲୋକଗୀତ, ଲୋକନୃତ୍ୟ, ଆଧୁନିକ ନୃତ୍ୟ, ବାଜା, ବାଣ ଓ ରୋଷଣୀର ଝଲସିବ ବିବାହ ଶୋଭାଯାତ୍ରା। କନ୍ୟାଘରେ ପହଞ୍ଚିବା ପରେ ବୈଦିକ ରୀତିନୀତି ଅନୁସାରେ ବରଯାତ୍ରୀଙ୍କୁ ସ୍ୱାଗତ କରାଯିବ। ପରେ ସମସ୍ତ ଲୋକାଚାର ଓ ବୈଦିକ ବିଧି ଅନୁସାରେ ଦେବାଦିଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ଦିବ୍ୟ ବିବାହ ସମ୍ପନ୍ନ ହେବ।