ଗଣିଆରେ ହାତୀ ଆତଙ୍କ ।ହାତୀ ଘଉଡ଼ାଇବାରେ ବନ ବିଭାଗ ନାକେଦମ
ଗଣିଆ (ବିଶ୍ୱରଂଜନ ସେଠି ) ଗଣିଆ ବନାଂଚଳ ଅଧିନ ଗଣିଆ ଗ୍ରାମ୍ୟ ଜଙ୍ଗଲରେ ୩ଦିନ ହେବ ଏକ ଦନ୍ତା ହାତୀ ଉପଦ୍ରବ ଚଳାଇଛି । ଗତକାଲି ଆଡ଼କଟା ପଂଚାୟତର କେନ୍ଦୁଆବିଡ଼ା ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିବାବେଳେ ଆଜି ଗଣିଆ ପଂଚାୟତର ବାଲିସାହି ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀଟି ବାଲିସାହିଜଙ୍ଗଲ ଭିତରେ ପଶି ଗଣିଆ ତହସିଲ କାର୍ଯ୍ୟାଳୟ ପଛପଟ ଦେଇ ଆତଙ୍କ କରୁଥିବାରୁ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଗଣିଆ ରାମ ମନ୍ଦିର ଭିତରେ ପଶିଯାଇଥିଲା। ପରେ କଳାପାଟ ପୋଖରୀ ଦେଇ ନଦୀ କୁଳ ଆଡ଼େ ଯଇଥିଲା। ଯାହାଫଳରେ ହାତୀଟିକୁ ଦେଖିବାପାଇଁ ଶହ ଶହ ଜନସାଧାରଣଙ୍କ ଜନସମାଗମ ଦେଖିବାକୁ ମିଳିଥିଲା । ସୁଚନା ଥାଉକି ହାତୀଟି ଆଠଗଡ଼ ଡିଭିଜନରୁ ନଦୀ ପାର ହୋଇ ଆସି ପ୍ରଥମେ ହଟିଆପଲୀ ପରେ କେନ୍ଦୁଆବିଡ଼ା ଓ ଆଜି ଗଣିଆ ନିକଟସ୍ଥ ବାଲିସାହି ଜଙ୍ଗଲରେ ବୁଲୁଛି । ଗଣିଆ ବନବିଭାଗ ତରଫରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି । ଦିନ ତମାମ ବିଭାଗୀୟ କର୍ମଚାରୀମାନେ ଜଙ୍ଗଲରେ ପେଟ୍ରୋଲିଂ କରୁଛନ୍ତି । ଅତି ନିକଟରୁ ହାତୀଟିକୁ ଦେଖି ଲୋକମାନେ ଅତି ଭୟାନକଭାବେ କାଳାତିପାତ କରୁଛନ୍ତି । ତେବେ ଭୟଭୀତ ନହେବା ସହ ଜଙ୍ଗଲ ପରିସରକୁ ନଯିବାକୁ ଗଣିଆ ବନପାଳ ମନୋଜ ପ୍ରଭାକର ଦାଶ ପରାମର୍ଶ ଦେଇଛନ୍ତି ।