ଯୁକ୍ତ ଦୁଇ କଳା ପରୀକ୍ଷା ଫଳ – ବିଷ୍ଣପ୍ରିୟା ବ୍ଳକ ଟପ୍ପର ଓ ଶୁଭସ୍ମିତା ୨ୟ ଟପ୍ପରଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ – ସୁଜାତା ବ୍ଳକ ଟପ୍ପର ଓ ରଶ୍ମିତା ୨ୟ ଟପ୍ପର
ଗଣିଆ,୨୦.୦୫(ବିଶ୍ୱରଂଜନ ସେଠି ), ଓଡିଶା ସରକାରଙ୍କ ଯୁକ୍ତ ଦୁଇ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବୁଧବାର ଦ୍ୱିତୀୟ ବର୍ଷ କଳା ଓ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଣିଆ ବ୍ଲକର ରାମଚନ୍ଦ୍ର ସାମନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁଜାତା ବେହେରା କଳା ବିଭାଗରେ ୫୪୪ ନମ୍ବର ରଖି ବ୍ଳକ ଟପ୍ପର ହୋଇଥିବା ବେଳେ ୨ୟସ୍ଥାନରେ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଶ୍ମିତା ବେହେରା ୫୨୬ ନମ୍ବର ରଖି ଗଣିଆ ବ୍ଳକରେ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଚିସ୍ମିତା ସ୍ୱାଇଁ ୫୦୫ ନମ୍ବର ରଖି ତୃତୀୟ ସ୍ଥାନରେ ଅଛନ୍ତି.। ରାମଚନ୍ଦ୍ର ସାମନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ବିଭାଗରେ ୧୦୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧ମ ଡିଭିଜନରେ ୪୪ଜଣ, ୨ୟ ଡିଭିଜନରେ ୩୭ଜଣ ଓ ୩ୟ ଡିଭିଜନରେ ୧୬ଜଣ ସମୁଦାୟ ୯୭ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୫ଜଣ ଫେଲ ହୋଇଛନ୍ତି, ସେହିଭଳି ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ବିଭାଗରେ ୧୨୪ ଜଣ ପରୀକ୍ଷା ଦେଇଥିବାବେଳେ ୧ମ ଡିଭିଜନରେ ୨୭ଜଣ, ୨ୟ ଡିଭିଜନରେ ୩୧ଜଣ ଓ ୩ୟ ଡିଭିଜନରେ ୫୨ଜଣ ସମୁଦାୟ ୧୧୨ଜଣ କୃତକାର୍ଯ୍ୟ ହୋଇଛନ୍ତି ।ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୧୮୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧ମ ଡିଭିଜନରେ ୪୩ଜଣ, ୨ୟ ଡିଭିଜନରେ ୪୪ଜଣ ଓ ୩ୟ ଡିଭିଜନରେ ୬୦ଜଣ ସମୁଦାୟ ୧୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି।ସେହଭଳି ରାମଚନ୍ଦ୍ର ସାମନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ବିଷ୍ଣୁପ୍ରିୟା ବେହେରା ୫୬୫ ନମ୍ବର ରଖି ବ୍ଳକ ଟପ୍ପର ହୋଇଥିବା ବେଳେ ୨ୟସ୍ଥାନରେ ରାମଚନ୍ଦ୍ର ସାମନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭସ୍ମିତା ପଣ୍ଡା ୫୫୨ ନମ୍ବର ରଖି ଗଣିଆ ବ୍ଳକରେ ୨ୟ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ ବିଭାଗରେ ରାମଚନ୍ଦ୍ର ସାମନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ୨୬୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧ମ ଡିଭିଜନରେ ୨୦୦ଜଣ, ୨ୟ ଡିଭିଜନରେ ୩୯ଜଣ ଓ ୩ୟ ଡିଭିଜନରେ ୨୩ଜଣ ସମୁଦାୟ ୨୬୨ଜଣ କୃତକାର୍ଯ୍ୟ ହୋଇଛନ୍ତି, ସେହିଭଳି ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ୪୧ ଜଣ ପରୀକ୍ଷା ଦେଇଥିବାବେଳେ ୧ମ ଡିଭିଜନରେ ୨୪ଜଣ, ୨ୟ ଡିଭିଜନରେ ୯ଜଣ ସମୁଦାୟ ୩୩ଜଣ କୃତକାର୍ଯ୍ୟ ହୋଇଥିବା ଜଣା ପଡ଼ିଛି ।