ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଜବରଦସ୍ତ ଚଳଚ୍ଚିତ୍ର

ଟିଜର ରିଲିଜ୍ ପରେ ଚଳଚ୍ଚିତ୍ର ‘ଆନିମଲ’କୁ ନେଇ ଜବରଦସ୍ତ ଆଲୋଚନା ହେଉଛି। ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଥିଲା। ଟ୍ରେଲରରେ ରଣବୀର ସିଗାରେଟ ଟାଣୁଥିବା ସହ ତାଙ୍କର ଆକ୍ସନ ଅବତାର ଦେଖିବାକୁ ପାଇଥିଲେ ଦର୍ଶକ। ଟି-ସିରିଜ୍ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ରଣବୀର ପାଖାପାଖି ୫ କୋଟି ରୁ ଅଧିକ ଦର୍ଶକ ଦେଖି ସାରୀଲେଣି । ଏତେ ଦିନର ବ୍ୟବଧାନ ପରେ ରଣବୀର ଏକ ଭିନ୍ନ ଓ ଲୋମଟାଙ୍କୁରି ଦେବା ଭଳି ଚରିତ୍ର କରିଥିବା ଲୋକେ କମେଣ୍ଟ କରି ଜଣାଇଥିଲେ। ଫିଲ୍ମର ରିଲିଜ୍ ତାରିଖ ନିକଟତର ହେଉଥିବାବେଳେ ଫିଲ୍ମର କଳାକାରମାନେ ଏବେ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଚେନ୍ନାଇରେ ଏକ ଇଭେଣ୍ଟ ସମୟରେ ରଣବୀର କପୁର ଫିଲ୍ମର ନାମ ‘ଆନିମଲ’ ରଖିବା ପଛର କାରଣ ଜଣାଇଥିଲେ।

ସେ କହିଥିଲେ, ‘ମୁଁ ଭାବୁଛି ଫିଲ୍ମରେ ଥିବା ମୋ ଚରିତ୍ରକୁ ନେଇ ଫିଲ୍ମର ନାମ ‘ଆନିମଲ’ ରଖାଯାଇପାରେ ତେବେ ଫିଲ୍ମ ଦେଖିଲେ ସବୁ ବୁଝିଯିବେ |ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।

Leave a comment