ରାଜ୍ୟରେ ବଢ଼ୁଛି ଇଭି ଗାଡ଼ି ଚାହିଦା, ୨୦୨୬ରେ କିଣିଲେ ୧.୪୫ ଲକ୍ଷରୁ ଅଧିକ
ବିଧାନସଭାରୁ ଆସିଛି ଏଭଳି ଉତ୍ସାହଜନକ ତଥ୍ୟ। ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସୂଚନା ଅନୁସାରେ, କେବଳ ଏଇ ବର୍ଷ ନଭେମ୍ବର ୨୧ ତାରିଖ ସୁଦ୍ଧା ବିକ୍ରି ହୋଇଛି ୧ ଲକ୍ଷ ୪୫ ହଜାର ୬୧୪ଟି ଇଲେକ୍ଟ୍ରିକ୍ ଭେହିକିଲ୍।ପ୍ରତିବର୍ଷ ବଢ଼ୁଛି ଇଲେକ୍ଟ୍ରିକ୍ ଯାନ କିଣୁଥିବା ଗ୍ରାହକଙ୍କ ସଂଖ୍ୟା। ୨୦୨୦ରେ ମାତ୍ର ୯୦୩ ଜଣ ଇଭି ଗାଡ଼ି କିଣିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ବଢ଼ି ୫ ହଜାର ୬୨୭ରେ ପହଞ୍ଚିଥିଲା। ୨୦୨୨ରେ ୨୮ ହଜାର ୪୪୬, ୨୦୨୩ରେ ୪୪ ହଜାର ୫୪୩ ଏବଂ ୨୦୨୪ରେ ୬୫ ହଜାର ୩୧୨ଟି ଇଭି ଗାଡ଼ି କିଣାଯାଇଥିଲା। ୨୦୨୫ରେ ଏହି ସଂଖ୍ୟା ୭୯ ହଜାର ୨୩୮କୁ ବୃଦ୍ଧି ପାଇଥିଲା।ତେବେ ଚଳିତବର୍ଷ ଭାଙ୍ଗିଛି ସବୁ ରେକର୍ଡ। ଦେଢ ଲକ୍ଷ ମୁହାଁ ହୋଇଛି ବିଦ୍ୟୁତ ଚାଳିତ ଯାନ ବିକ୍ରି। ବିଜେପି କହିଛି, ବୈଦ୍ୟୁତିକ ଯାନ ନୀତି ପ୍ରଣୟନପରଠାରୁ ହାଇଜମ୍ପ ମାରିଛି EV କିଣା। ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ସୁବିଧା ଲୋକଙ୍କ ଇଭି ଆଗ୍ରହକୁ ବଢାଇଛି।ଇନ୍ଧନ ଖର୍ଚ୍ଚ କମାଇବା ସହ ପରିବେଶ ଅନୁକୂଳ ଯାତାୟାତ ପାଇଁ ଇଲେକ୍ଟ୍ରିକ୍ ଯାନ ଏକ ବିକଳ୍ପ ଭାବେ ଉଭା ହେଉଛି।