ଶତ ପ୍ରତିଶତ ଶୁଳ୍କକୁ ନେଇ ସ୍ଥଗିତ ରହିଲା ନିଷ୍ପତ୍ତି! ରୁଷିଆ ଠାରୁ ତେଲ କିଣୁଥିବା ଦେଶ ଉପରେ ଏବେ ଶୁଳ୍ପ ଲଗାଇବେନି ଟ୍ରମ୍ପ

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକାର ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଖିବାକୁ ମିଳିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ସମ୍ପର୍କିତ କେତେକ କଟକଣା, ପ୍ରତିବନ୍ଧକ ଓ ଶୁଳ୍କ ଲାଗୁ କରିବା ନିଷ୍ପତ୍ତିରେ ଛାଡ଼ ଦେଇଛନ୍ତି । ଭାରତ ଉପରେ କମିବ ଟାରିଫ୍ ! ୧୦୦ ପ୍ରତିଶତ ଶୁଳ୍କ ଲାଗିବନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ୱତନ୍ତ୍ର ଆଦେଶ ଜାରି କରିଛନ୍ତି ।ଯେଉଁଥିରେ ଭାରତ ସମେତ ୫ ଦେଶ ଯିଏକି ଋଷଠାରୁ ତେଲ ଏବଂ ଗ୍ୟାସ୍ କିଣୁଛନ୍ତି ସେହି ଦେଶ ଉପରେ ଟାରିଫ୍ ନିୟମ କୋହଳ ହୋଇଛି । ଋଷର ଶକ୍ତି କିଣୁଥିବା ଦେଶଗୁଡିକ ପାଇଁ ପ୍ରଯୁଜ୍ୟ ଅନେକ ନୂତନ ପ୍ରତିବନ୍ଧକ, ନିୟମ ଏବଂ ଶୁଳ୍କରୁ ମୁକ୍ତ ଘୋଷଣା କରିଛନ୍ତି । ଏହି ଆଇନ ଲାଗୁ ହେବା ପାଇଁ ୩୦ ଦିନର ସମୟସୀମା ଶେଷ ହେବାକୁ ଯାଉଥିବା ବେଳେ ଟ୍ରମ୍ପ ପ୍ରଶାସନ ଏପରି ଏକ ପଦକ୍ଷେପ ନେଇଛି।ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ଏବଂ କାର୍ଯ୍ୟକାରୀ ହୋଇଥିବା ‘ଗ୍ରାହାମ୍ ଆକ୍ଟ’ ଋଷର ଶକ୍ତି ରାଜସ୍ୱକୁ ଭାଙ୍ଗିବା ଏବଂ ଋଷର ତୈଳ ଏବଂ ଗ୍ୟାସ୍ କିଣୁଥିବା ଦେଶମାନଙ୍କ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ ଉଦ୍ଦିଷ୍ଟ ଥିଲା । ଏବେ ଏହି ନିୟମ କୋହଳ ହୋଇଛି । ଚୀନ, ଭାରତ, ସ୍ଲୋଭାକିଆ, ହେଙ୍ଗେରୀ ଏବଂ ଅଜରବୈଜାନ ୫ଟି ଦେଶ ଉପରେ ଟାରିଫ୍ କମିବ । ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟ୍ରମ୍ପ ‘ଋଷ ଏବଂ ଇରାନ ପ୍ରତିବନ୍ଧକ ଆଇନ’ ଅନୁଯାୟୀ ଲାଗୁ ହୋଇଥିବା ପ୍ରତିବନ୍ଧକ ଏବଂ ଶୁଳ୍କ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ।