ଗଣିଆ ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ !
, ଗଣିଆ(ବିଶ୍ୱରଂଜନ ସେଠି )ଗଣିଆ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ନୂତନ ବ୍ଲକ ଉନ୍ନୟନ ଅଧିକାରୀ ଭାବେ ଡାନିସ ବେହେରା ଯୋଗଦାନ କରିଛନ୍ତି। ଯୋଗଦାନ କରିବା ପୂର୍ବରୁ ସେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ନୂତନ ବିଡ଼ିଓ ଶ୍ରୀ ବେହେରା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ସରପଞ୍ଚ ସଂଘର ସଭାପତି ମାନସ କୁମାର ମହାଖୁଡ଼, କରଡ଼ାପଡା ସରପଞ୍ଚଙ୍କ ପ୍ରତିନିଧି ସମୀର ବେହେରା , ଛାମୁଣ୍ଡିଆ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମଲ, ଏବିଡ଼ିଓ ରତନଲାଲ ଲୋହରା ବ୍ଲକ କର୍ମଚାରୀ ଓ ବିଭିନ୍ନ ମହଲରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଫୁଲତୋଡ଼ା ଏବଂ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ବିଦାୟୀ ବିଡ଼ିଓ ଲବଣ୍ୟନ୍ଦୁ ମହାନ୍ତିଙ୍କ ଠାରୁ ନୂତନ ବିଡ଼ିଓ ଶ୍ରୀଯୁକ୍ତ ବେହେରା କାଯ୍ୟଭାର ଗ୍ରହଣ କରିଥିଲେ। ସରକାରୀ ଯୋଜନା ଯେପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଏବଂ ବିଭିନ୍ନ ରାଜ୍ୟ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଓ ପରିଚାଳନା କରିବା। ବ୍ଲକ କାର୍ଯ୍ୟାଳୟର ସମସ୍ତ ବିଭାଗ ଓ କର୍ମଚାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ଏବଂ ପ୍ରଶାସନିକ ସ୍ୱଚ୍ଛତା ବଜାୟ ରଖିବା। ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚମାନଙ୍କ ସହ ସମନ୍ୱୟ ରକ୍ଷା କରି ବିଭାଗୀୟ କାର୍ଯ୍ୟ ଆଗକୁ ବଢ଼ାଇବା।ସାଧାରଣ ଲୋକଙ୍କର ମୌଳିକ ସମସ୍ୟା (ଯଥା- ପାନୀୟ ଜଳ,ରାସ୍ତାଘାଟ, ସ୍ୱାସ୍ଥ୍ୟ ଓ ଶିକ୍ଷା) ଶୁଣି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା। ନୂତନ ବିଡ଼ିଓ ଶ୍ରୀ ବେହେରା ପୂର୍ବରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକରେ କାର୍ଯ୍ୟରତ ଥିବାରୁ ତାଙ୍କର ପ୍ରଶାସନିକ ଅଭିଜ୍ଞତା ଗଣିଆ ବ୍ଲକର ବିକାଶରେ ସହାୟକ ହେବ। ସ୍ଥାନୀୟ ଜନପ୍ରତିନିଧି, ସରପଞ୍ଚ ସଂଘ ଏବଂ ବ୍ଲକ କର୍ମଚାରୀଙ୍କ ସହଯୋଗ କ୍ରମେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। ଗଣିଆ ବ୍ଲକର ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ବେହେରା କହିଛନ୍ତି ।