ଶିମିଳିପାଳ ପ୍ରେମୀ ଓ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ
ଶିମିଳିପାଳ ପ୍ରେମୀ ଓ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିବାକୁ ଯାଉଛି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ।ପର୍ଯ୍ୟଟନ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏଥିମଧ୍ୟରୁ ଯଶିପୁର ଫାଟକ ଦେଇ ୩୫ଟି ଏବଂ ପିଠାବଟା ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ଗାଡ଼ିର ବୈଧ କାଗଜପତ୍ର ସହ ସର୍ବନିମ୍ନ ୧୮୦ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିବା ବାଧ୍ୟତାମୂଳକ। ଭାରୀଯାନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।ସକାଳ ୮ଟାରୁ ୯ଟା ପିଠାବଟା ଫାଟକ ଓ ୫ଟା ରୁ ୯ଟା ମଧ୍ୟରେ ପ୍ରବେଶ କରିବା ସହ ଅପରାହ୍ନ ୬ଟା ପୂର୍ବରୁ ନିର୍ଦ୍ଦିଷ୍ଟ ପ୍ରସ୍ଥାନ ପଥ ଛାଡ଼ିବା ବାଧ୍ୟତାମୂଳକ ରହିଛି।ଏଥିସହ ପର୍ଯ୍ୟଟକମାନେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦ୍ୱାରା ନିୟୋଜିତ ଇଡିସି ମାଧ୍ୟମରେ ପରିଚାଳିତ ୱାଇଲ୍ଡଲାଇଫ୍ ସଫାରିର ମଧ୍ୟ ମଜା ନେଇପାରିବେ। କୁମାରୀ, ଗୁଡ଼ଗୁଡ଼ିଆ, ଚହଲା, ବରେହିପାଣି ଓ ଜାମୁଆଣି ଭଳି ପ୍ରକୃତି ନିବାସରେ ରାତ୍ରିଯାପନ ସହ ପ୍ରବେଶ ଅନୁମତି ପାଇଁ www.similipal.org ଏବଂ www.ecotourodisha.com ମାଧ୍ୟମରେ ଅଗ୍ରୀମ ବୁକିଂ କରିହେବ।