ଲୋକଭବନରେ ରାଜ୍ୟପାଳ ଡ.ହରିବାବୁ କମ୍ଭବପାଟିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡିଶାର ମାନ୍ୟବର ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟିଙ୍କୁ ଗୁରୁବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲଠାରେ ଲୋକଭବନର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ , ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ବିଦାୟ ଜଣାଇଥିଲେ ।ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କ ସହ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି ।ଡକ୍ଟର ହରିବାବୁ କମ୍ଭମପାଟି ୩ ଜାନୁଆରୀ ୨୦୨୫ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧ ବର୍ଷ ୯ ମାସ  ଧରି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟ କରିବା ପରେ ଏବେ ଏହି ପଦବୀରୁ ବିଦାୟ ନେଇଛନ୍ତି । ନୂତନ ରାଜ୍ୟପାଳ ଡକ୍ଟର ବ୍ରଜମୋହନ ରାମ ୧୮ ଅକ୍ଟୋବର ୨୦୨୬ରେ ଆନୁଷ୍ଠାନିକ ଭାବେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଓ ଶପଥ ଗ୍ରହଣ କରିବେ ।