କୀଟନାଶକର ନିରାପଦ ବ୍ୟବହାର ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଜଙ୍ଗ ତା ୧୬/୧୦ କୁଜଙ୍ଗ ବ୍ଲକ କୃଷି ବିଭାଗ ପକ୍ଷରୁ କୀଟନାଶକର ନିରାପଦ ବ୍ୟବହାର ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ କୃଷକ ସାଥୀ ଓ କୃଷି କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ଭିଦ ସୁରକ୍ଷା ବୈଜ୍ଞାନିକ ଦେବାଶିଷ ପଣ୍ଡା କୀଟନାଶକ ବ୍ୟବହାର ସମୟରେ କିଭଳି ନିଜକୁ ସୁରକ୍ଷିତ ରଖିବା, ସଠିକ ମାତ୍ରାରେ କୀଟନାଶକ ପ୍ରୟୋଗ, ମାସ୍କ, ଗ୍ଲୋଭସ ଓ ସୁରକ୍ଷା ପୋଷାକର ବ୍ୟବହାର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏରସମା ବ୍ଲକ କୃଷି ଅଧିକାରୀ ଦେବାଶିଷ ଦେଶୀ ନାୟକ, ଜଗତସିଂହପୁର ଜିଲ୍ଲା ଯୋଜନା ଅଧିକାରୀ ସ୍ବରାଜ କୁମାର ବେହେରା ଓ କୁଜଙ୍ଗ ସହାୟକ କୃଷି ଅଧିକାରୀ ରୋହନ କୁମାର ଦାସ କୃଷକମାନଙ୍କୁ କୀଟନାଶକ ସିଞ୍ଚନ ପରେ ସାବଧାନତା, ଖାଲି ଡବା ନଷ୍ଟ କରିବା ଓ ପରିବେଶ ସୁରକ୍ଷା ଉପରେ ପ୍ରଶିକ୍ଷଣ ଦେଇଥିଲେ ।କାର୍ଯ୍ୟକ୍ରମକୁ କୁଜଙ୍ଗ ବ୍ଲକ କୃଷି ଅଧିକାରୀ ସୀତାରତ୍ନମାଳା ଦାସ ପରିଚାଳନା କରିଥିଲେ । କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ hrtv ଓଡ଼ିଆ