ରାଜ୍ୟ ପରିବେଶ ମନ୍ତ୍ରଣାଳୟ ସହଯୋଗରେ ପୁରୁ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆତ୍ରତ୍ରାଣ କାତ୍ତିକେଶ୍ବର ବିଦ୍ୟାପିଠ ଓ ଇକୋ କ୍ଳପ ପକ୍ଷରୁ ନେଚର କ୍ୟାମ୍ପ।
ରାଜ୍ୟ ପରିବେଶ ମନ୍ତ୍ରଣାଳୟ ସହଯୋଗରେ ପୁରୀ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆତ୍ରତ୍ରାଣ କାତ୍ତିକେଶ୍ବର ବିଦ୍ୟାପିଠ ଓ ଇକୋ କ୍ଳପ ପକ୍ଷରୁ ନେଚର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଣାର୍କ ବନବିଭାଗ କର୍ମଚାରୀ ସହ କୋଣାର୍କ ଅଞ୍ଚଳ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମାନେ ସବୁ ସମୟରେ ପାଠପଢା ,ଖେଳକୁଦ ରେ ଲିପ୍ତ ଥିବା ବେଳେ ପରିବେଶ, ବୃକ୍ଷ, ଜଙ୍ଗଲ, ନଦୀ ଓ ଜଙ୍ଗଲି ଜୀବଜନ୍ତୁ ଠାରୁ ଦୁରେଇ ରହୁଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗେ ଛାତ୍ରଛାତ୍ରୀ ମାନଙ୍କୁ ଜଙ୍ଗଲି ଜୀବଜନ୍ତୁ କୁ ଦେଖାଇବା ସହ ସେମାନଙ୍କର ଜନ୍ତ୍ର ନେବା,ପରିବେଶ ଭଲ ରହିବା ପାଇଁ ମାଆ ପାଇଁ ଗଛଟିଏ ଲଗାଇ ବଢାଇବା ସହ ନଦୀ ଓ ସମୂଦ୍ର ଉପକୂଳ ସଫାସୁତୁରା ରଖିବାକୁ ପରାମର୍ଶ ଦିଆଯାଇଥିଲା। ପରି ଶେଷରେ ଚିତ୍ରାଙ୍କନ ମାଧ୍ୟମରେ ବିଭିନ୍ନ ଜୀବଜନ୍ତୁ ଅଙ୍କର କରିବା ପାଇଁ ଏକ ପ୍ରତିଯୋଗିତା କରାଯାଇଥିଲା ଯାହା ଫଳରେ ଛାତ୍ରଛାତ୍ରୀ ମାନେ ନିଜକୁ ପାଠପଢିବା ଚିନ୍ତାରୁ କିଛି ସମୟ ବାହାରି ଜଙ୍ଗଲି ଜୀବଜନ୍ତୁ ,ନଦୀ, ସମୂଦ୍ର ଉପକୂଳରେ ବୁଲି ଚିନ୍ତା ମୃକ୍ତ ହୋଇଥିଲେ। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ଜଗଲି ଜୀବଜନ୍ତୁ ଙ୍କୁ ସୁରକ୍ଷା ଦେବା ସହ ପରିବେଶ କୁ ପରିଷ୍କାର ପରିଛନ ରଖିବାକୁ ଛାତ୍ରଛାତ୍ରୀ ମାନେ ମତ ଦେଇଥିଲେ।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ