ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ମୁଖ୍ୟ ପ୍ରଶାସକଙ୍କ ସହ ଗର୍ଭଗୃହ, ନାଟ ଓ ଭୋଗ ମଣ୍ଡପର ମରାମତି କାର୍ଯ୍ୟ ନେଇ ଆଲୋଚନା

ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ରତ୍ନସିଂହାସନ ଛାଡ଼ି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା ରେ ଯାଇଛନ୍ତି ମହାପ୍ରଭୁ। ଏଣୁ ଏହି ସମୟରେ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ୟ୍ୟ କରାଯିବ ।ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ପରେ ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ମାଡ୍ରାସ ଆଇଆଇଟି ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହ ଭୋଗ ମଣ୍ଡପ ର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଉଛି। ସେହିପରି ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି।ସେହିପରି ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି କାର୍ୟ୍ୟ କରାଯିବ।ମହାପ୍ରଭୁଙ୍କ ରାହୁ ରେଖା, ଝୋବା, ସୁନା ଚିତା, ରୂପା ରସିକ ସୁନା ଥଣ୍ଟିଆର ଗଣତି ମଣତି କାର୍ୟ୍ୟ ସହିତ ଥ୍ରୀଡି ସ୍କାନିଙ୍ଗ କରାଯିବ।