ସାର ସଙ୍କଟ ଦୂର ପାଇଁ ସରକାର ନେଲେ ବଡ଼ ପଦକ୍ଷେପ, DAP ଓ ୟୁରିଆ ବିକଳ୍ପକୁ ପ୍ରୋତ୍ସାହନ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି

ରାଜ୍ୟରେ ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । DAP ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି । ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍‌କୁ ପ୍ରୋତ୍ସାହନ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ । ଚିଠିରେ DAP ଏବଂ ୟୁରିଆ ସାରର ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍‌ ଏବଂ ଆମୋନିୟମ ସଲଫେଟ୍‌କୁ ପ୍ରୋତ୍ସାହନ କରିବାକୁ କୁହାଯାଇଛି। କେନ୍ଦ୍ର ସରକାର ବିପୁଳ ପରିମାଣରେ ଆମୋନିୟମ ସଲଫେଟ ଯୋଗାଇଦେବେ। ଏହା ମୃତ୍ତିକାରେ ସଲଫର୍‌ ଅଭାବ ଦୂର କରିବାରେ ସହାୟକ ହୋଇପାରିବ। DAP ସାର ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜରକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ସାରର ଅଭାବ ନାହିଁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । । ଜୁଲାଇ ୧୭ ସୁଦ୍ଧା ୧ଲକ୍ଷ ୮୧ ହଜାର ମେଟ୍ରିକ ଟନ୍ ସାର ବିଭାଗ ପାଖରେ ପହଂଚିଥିଲା । ସେଥିରୁ ୧ଲକ୍ଷ ୧୪ ହଜାର ମେଟ୍ରିକ ଟନ୍ ସାର ବିଭିନ୍ନ ପ୍ୟାକ୍ସକୁ ପଠାଯାଇଛି । ଏଥର ଯଥା ସମୟରେ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉଛି । ତେଣୁ ଯିଏ କଳାବଜାରୀ କରିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।