ସେଲ୍ଫି ପାଇଁ ଆସିଥିଲେ ପ୍ରଶଂସକ; ଚାପୁଡ଼ା ମାରି ତଡ଼ିଦେଲେ ନାନା 

ଫ୍ୟାନ୍‌ଙ୍କୁ ଚାପୁଡ଼ା ମାରିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବଦନାମ ହେଉଛନ୍ତି ବଲିଉଡ୍ ରିୟଲ ଆକ୍ଟର ନାନା ପାଟେକର।ସହରରେ ଶୁଟିଂ ସମୟରେ ନାନା ପାଟେକର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।ଭିଡିଓରେ ଅଭିନେତାଙ୍କୁ ବ୍ରାଉନ୍ ଟୋପି ଏବଂ କୋଟରେ ଦେଖିବାକୁ ମିଳିଛି। ନାନା ପାଟେକରଙ୍କ ଚାରିପଟେ ଲୋକଙ୍କ ଭିଡ଼ ଜମିଛି।

ଏହି ସମୟରେ ଜଣେ ପ୍ରଶଂସକ ତାଙ୍କ ପାଖକୁ ଆସୁଛନ୍ତି। ସେ ନାନା ପାଟେକରଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି, ଏତିକି ବେଳେ ଅଭିନେତା କ୍ରୋଧିତ ହୋଇ ତାଙ୍କୁ ଚାପୁଡ଼ା ମାରୁଛନ୍ତି। ଏଭଳି ଘଟଣା ବିଷୟରେ ଜାଣିବା ପରେ ଫିଲ୍ମର ପ୍ରଯୋଜକ ଅନୀଲ ଶର୍ମା ନାନାଙ୍କ ସପକ୍ଷରେ ବାହାରିବା ସହ ଭିଡିଓର ସତ୍ୟତା କହିଛନ୍ତି। ଭିଡିଓ ଦେଖି ଫ୍ୟାନ୍‌ଙ୍କ ପାଖକୁ ଯେଉଁ ମେସେଜ୍ ଯାଇଛି ପ୍ରକୃତରେ ତାହା ସତ ନୁହେଁ। ନାନା କୌଣସି ଫ୍ୟାନ୍‌ଙ୍କୁ ମାରି ନାହାନ୍ତି, ବରଂ ଏହା ଶୁଟିଂର ଏକ ସିନ୍ ବୋଲି ଅନୀଲ ଶର୍ମା କହିଛନ୍ତି।

Leave a comment