‘ସ୍କାଏ ଫୋର୍ସ’ରେ ନଜର ଆସିବେ ଅକ୍ଷୟ

୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ OMG 2 ଏକ ସୁପର ହିଟ୍ ହୋଇଛି ।ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅକ୍ଷୟ କୁମାର ତାଙ୍କର ନୂଆ ପ୍ରୋଜେକ୍ଟ ‘ସ୍କାଏ ଫୋର୍ସ’ର ଆନାଉନ୍ସମେଣ୍ଟ କରି ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟକୁ ବଢାଇ ଦେଇଛନ୍ତି।ଅଭିନେତା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଭାଷଣର ଝଲକ ଦେଖିବାକୁ ମିଳେ। ଏହା ବ୍ୟତୀତ ଅକ୍ଷୟ କୁମାର କ୍ୟାପସନରେ ଲେଖିଛନ୍ତି, ‘ଆଜି ଗାନ୍ଧୀ- ଜୟନ୍ତୀ ଦିନ ସାରା ଦେଶ କହୁଛି – ଜୟ ଜୱାନ, ଜୟ କିସାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ । ସ୍କାଏଫୋର୍ସ ଅବିଶ୍ୱାସନୀୟ କାହାଣୀ ଘୋଷଣା କରିବା ପାଇଁ ଆଜିଠାରୁ ଭଲ ଦିନ ନାହିଁ।ଅକ୍ଷୟ କୁମାର ତାଙ୍କ ନୂଆ ମୁଭି ‘ସ୍କାଏ ଫୋର୍ସ’ର ଅଫିସିଆଲ ଲୋଗୋ ସହିତ ନିଜ ଇନଷ୍ଟାଗ୍ରାମରେ ଏହା ଘୋଷଣା କରିଛନ୍ତି।

ଭାରତର ପ୍ରଥମ ତଥା ଘାତକ ଏୟାର ଷ୍ଟ୍ରାଇକର ଆମର ଅବିସ୍ମରଣୀୟ କାହାଣୀ, ଦୟାକରି ଏହାକୁ ଭଲ ପାଆନ୍ତୁ। ନମସ୍କାର ଭାରତ। ଜିଓ ଷ୍ଟୁଡିଓ ଏବଂ ଦୀନେଶ ଭିଜାନ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍କାଏ ଫୋର୍ସ ଅକ୍ଟୋବର ୨, ୨୦୨୪ ରେ ମୁକ୍ତିଲାଭ କରିବ ବୋଲି ବି ସେ ସୂଚନା ଦେଇଛନ୍ତି।

Leave a comment