ହେରାପଞ୍ଚମୀ ପାଇଁ VIP ଦର୍ଶନକୁ ନେଇ ଏମିତି କହିଲେ କେନ୍ଦ୍ରାଞ୍ଚଳ ଆଇଜି

ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।ଶୃଙ୍ଖଳିତ ଦର୍ଶନକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆଜି ହେରାପଞ୍ଚମୀ ପାଇଁ ଅଧିକ ଭକ୍ତ ଆସିବେ । ସେଥିପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ୮ ଭାଗରେ ବିଭକ୍ତ କରାଯାଇଛି । ଯଥେଷ୍ଟ ପୋଲିସ ଫୋର୍ସ ଅଛନ୍ତି । ରାତିରେ ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାସହ ମଙ୍ଗଳବାର ରଥ ଦକ୍ଷଣ ମୋଡ଼ ପାଇଁ ୫୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ପ୍ରଶାସନ ତରଫରୁ ଦିଆଯାଇଥିବା ନିୟମକୁ ମାନିବାକୁ ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।।“ଇଓଓଓଡିଶା” ନାମକ ସଂସ୍ଥା ଦ୍ୱାରା ଦିଆଯାଇଥିବା ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ମିଥ୍ୟ ଏବଂ ସାଧାରଣ ଲୋକଙ୍କୁ ଠକେଇ କରିବା ପାଇଁ କରାଯାଇଛି । ତେଣୁ ସାଧାରଣ ଲୋକଙ୍କୁ ଏପରି ପ୍ରକାରର ବିଜ୍ଞାପନ ଉପରେ ବିଶ୍ୱାସ ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।