୧୧ ବର୍ଷ ପରେ ଆମେରିକାରେ ପହଂଚିଲେ ଚୀନ ରାଷ୍ଟ୍ରପତି
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପତ୍ନୀ ପେଙ୍ଗ ଲିୟୁଆନଙ୍କ ସହ ତିନି ଦିନିଆ ରାଷ୍ଟ୍ରୀୟ ଗସ୍ତରେ ବୁଧବାର ଆମେରିକାର ୱାଶିଂଟନରେ ପହଞ୍ଚିଛନ୍ତି। ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ବିମାନବନ୍ଦରରେ ପହଞ୍ଚିଥିଲେ। ଆମେରିକାର ରାଷ୍ଟ୍ରପତିଙ୍କ ପକ୍ଷରୁ କୌଣସି ବିଦେଶୀ ନେତାଙ୍କୁ ଏଭଳି ଭାବେ ଏୟାରପୋର୍ଟରେ ସ୍ୱାଗତ କରିବା ବର୍ତ୍ତମାନ ସମୟରେ ଅତ୍ୟନ୍ତ ବିରଳ ବୋଲି ମନେ କରାଯାଏ। ଆମେରିକୀୟ ସେନାର ଜେଟ୍ ବିମାନ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲା। ଏଥିସହ ବି-୧ ବମ୍ବର୍ ଫ୍ଲାଏପାଷ୍ଟ ମଧ୍ୟ କରିଥିଲା।ଜିନପିଙ୍ଗ ଆମେରିକାରେ ପହଞ୍ଚିବା ପରେ ଟ୍ରମ୍ପ ଓ ଜିନପିଙ୍ଗ ପରସ୍ପରକୁ ହାତ ମିଳାଇବା ସହ ସଂକ୍ଷିପ୍ତ ଭାବେ କଥା ହୋଇଥିଲେ।ଗୁରୁବାର ଉଭୟ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଏଥିରେ ବାଣିଜ୍ୟ, ଟେକ୍ନୋଲୋଜୀ, ତାଇୱାନ୍, ଇରାନ୍ ସମେତ ଅନେକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇପାରେ।